ବିଶ୍ୱ ପଖାଳ ଦିବସ ଅବସରରେ ବଡମ୍ବା ' ସମ୍ବାଦ ସାହିତ୍ୟଘର ' ପକ୍ଷରୁ ବଡମ୍ବା ହାଟ ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷ ରେ ମହାଆଡମ୍ବର ସହିତ ପଖାଳ ଦିବସ ପାଳିତ ହୋଇଯାଇଛି।ଓ ତାସହିତ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I
ସାହିତ୍ୟଘର ସଭାପତି ଧନେଶ୍ୱର ସ୍ୱାଇଁ ଙ୍କ ସଭାପତିତ୍ୱ ଓ ସାହିତ୍ୟଘର ସଂଯୋଜକ ତଥା ବଡମ୍ବା 'ସମ୍ବାଦ 'ପ୍ରତିନିଧି ଚିନ୍ମାତ୍ମା ମହାନ୍ତି ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ କବି ଦୁର୍ଯ୍ୟୋଧନ ବରାଳ, ମୁଖ୍ୟ ବକ୍ତା ଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ମୁଖ୍ୟ ସରିତା ସାହୁ, ସଂମ୍ମାନିତ ଅତିଥିଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ର ପ୍ରାଧ୍ୟାପିକା ଡ଼ଃ ପୁଷ୍ପଲତା ପାଣିଗ୍ରାହୀ,ଅଧ୍ୟାପକ ଡ଼ଃ ଅରବିନ୍ଦ ନାୟକ, ଅଧ୍ୟାପିକା ସୁବାସିନୀ ସାହୁ, ସାହିତ୍ୟଘର ର ବରିଷ୍ଠ ଉପଦେଷ୍ଠା ସନାତନ ବେହେରା ପ୍ରମୁଖ ଯୋଗ ଦେଇ ପଖାଳ ର ଉପାଦେୟତା ବିଷୟରେ ଆଲୋଚନା କରିବା ସହିତ କବିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା I
ପଖାଳ କୁ ନେଇ ସାହିତ୍ୟଘର ର ସମସ୍ତ କବି ଓ କବିୟତ୍ରୀ ମାନେ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ I ସାହିତ୍ୟଘର ର କାର୍ଯକାରୀ ସଭାପତି ଶିବ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାହିତ୍ୟଘର ର ବରିଷ୍ଠା ସଦସ୍ୟା ଶିକ୍ଷୟିତ୍ରୀ ଅନିମା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I
ପରେ ସାମୁହିକ ପଖାଳ ଭୋଜନ ର ଆୟୋଜନ କରା ଯାଇଥିଲା I କାର୍ଯ୍ୟକ୍ରମ ରେ ସାହିତ୍ୟ ଘର ର ସାଧାରଣ ସମ୍ପାଦକ ସରୋଜ କାନ୍ତ ବଳିୟାର ସିଂହ, ସାହିତ୍ୟଘର ର କୋଷାଧ୍ୟକ୍ଷ ନିଗମାନନ୍ଦ ନାୟକ, ସହ ସମ୍ପାଦକ ସହଦେଵ ମଲ୍ଲିକ, ବରିଷ୍ଠ ଉପଦେଷ୍ଠା ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, କାର୍ତ୍ତିକ ଚନ୍ଦ୍ର ପୁହାଣ, ପ୍ରସନ୍ନ କୁମାର ରାଉତ,ପଞ୍ଚାନନ ମଲ୍ଲିକ,ସନ୍ଦ୍ୟା ରାଣୀ ମଲ୍ଲିକ, ଜ୍ଞାନ ରଞ୍ଜନ ରାଉତ, ନିହାରିକା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I ସାହିତ୍ୟଘର ର ଉପ ସଭାପତି ଅଧ୍ୟାପକ ଡ଼ଃ ଖଗେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ - ଦିନବନ୍ଧୁ ରାଉତ (ବଡ଼ମ୍ବା)


0 Comments