ଖୋର୍ଦ୍ଧା:ଖୋର୍ଦ୍ଧା ଜୟ ରାଜଗୁରୁ ଟାଉନହଲ ଠାରେ ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ୍ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ ଓ ରାଜ୍ୟ ଆମ୍ ଆଦମୀ ପାର୍ଟି ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ କର କମଳ ରୁ ଉଦଯାପିତ ହୋଇଥିଲା।ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ର କଡା ସମ୍ମାଲୋଚନା କରିବା ସହିତ , ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲର ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳୀ , ପାଣି ଓ ଦୁର୍ନୀତି ମୁକ୍ତ ଶାସନ ପାଇଁ ଓଡ଼ିଶାରେ ପରିବର୍ତ୍ତନ ଦରକାର ବୋଲି ଆହ୍ୱାନ ଦେଇଥିଲେ।
କିପରି ପଞ୍ଜାବ ରେ ଲୋକମାନେ ପରିବର୍ତ୍ତନ କରିଥିଲେ ଏବଂ ସାରା ଦେଶରେ ଏହା ଆହୁରୀ ବଢିବା ରେ ଲାଗିଛି ତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଉପସ୍ଥିତ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତର ସାଥି ମାନଙ୍କୁ କିପରି ସଂଗଠନ ସୁଦୃଢ଼ କରି ଲୋକଙ୍କ ସେବା କରି ହେବ ତା ଉପରେ ମଧ୍ୟ ମତ ରଖିଥିଲେ। ଜିଲ୍ଲା ସଭାପତି ଶୁଭାଶିଷ ସ୍ଵାଇଁ ତାଙ୍କ ବକ୍ତବ୍ଯରେ ଜିଲ୍ଲାରେ କିପରି ସଂଗଠନ ମଜଭୂତ କରାଯିବ ଓ ପାର୍ଟି ର ବିଚାରକୁ ଘରେ ଘରେ ପହଞ୍ଚା ଯିବ ସେ ଉପରେ ଆଲୋକ ପାତ କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ। ଏହା ପରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ସାଥି ମାନେ ସାମିଲ ହେବା ସହିତ । କାର୍ଯ୍ୟକ୍ରମ ଆରମ୍ଭ ଆଗରୁ ଖୋର୍ଦ୍ଧା ମାଟିର ପଞ୍ଚ ପାଇକ ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ଇସ୍କନ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଟାଉନହଲ ପର୍ଯ୍ୟନ୍ତ ଆସିଥିଲେ।
ସଭାରେ ରାଜ୍ଯ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ବ୍ଲକ ସଭାପତି ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ରଣସିଂହ, ଜିଲ୍ଲା ସମ୍ପାଦକ ସୁନୀଲ ଷଡଙ୍ଗୀ, ପିତବାସ ନାଇକ, ଦଣ୍ଡପାଣି ଜେନା, କଳ୍ପତରୁ ପଣ୍ଡା, ସଞ୍ଜୟ ଜେନା ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ସଂଗଠନ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବର୍ଣନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ଭ୍ରମରବର ରାୟ, ଜଳଧର ସାହୁ, ଦୁର୍ଗାପ୍ରସାଦ ଦାଶ, ସମରେନ୍ଦ୍ର ଦ୍ବିବେଦୀ, ଅନୁଜ ସାହୁ ଆଦି ଯୋଗଦେଇ ସଭା କାର୍ଯ୍ୟକୁ ସମ୍ପାଦନ ରେ ସହଯୋଗ କରିଥିଲେ।
ରୋପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)


0 Comments