Recent

6/recent/ticker-posts

ଦୁର୍ଘଟଣା ମୁକ୍ତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ପୁରୀ (ସାରା ଦୁନିଆ ନ୍ୟୁଜ୍ ବ୍ୟୁରୋ): ଦୁର୍ଘଟଣା ମୁକ୍ତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତିନି ରଥର ସୁରକ୍ଷା ପାଇଁ ତିନୋଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା। ସମୁଦ୍ର ସ୍ନାନ ବେଳେ ଅଘଟଣ ରୋକିବା ପାଇଁ 39ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନୋଟି ସ୍ୱତନ୍ତ୍ର ଟିମ, 90 ଜଣ ଲାଇଫ ଗାର୍ଡ ଓ 300ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି।

ସେହିଭଳି ଅଂଶୁଘାତ ଜନିତ ସୁରକ୍ଷା ପାଇଁ 15ଟି କୁଇକ ରେସ୍ପନ୍ସ ଟିମ ଓ 8ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି। ପଞ୍ଚତୀର୍ଥ ପୁଷ୍କରିଣୀରେ ରହିବ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ତ ସରଞ୍ଜାମ। ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ଓ୍ବାଟର ଟ୍ୟାଙ୍କର, ଓ୍ବାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜିତ କରାଯାଇଛି।

ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ 10ଟି ଫାୟାର ପମ୍ପ ରହିବ। କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ 24ଘଣ୍ଟିଆ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ।

Post a Comment

1 Comments