Recent

6/recent/ticker-posts

ବିଦ୍ୟୁତ୍ ଆଘାତରେ ମହିଳା ଗୁରୁତର


ଖୋର୍ଦ୍ଧା: ଟାଙ୍ଗି ବ୍ଲକ୍ ପଟିଆ ଗ୍ରାମରେ ବିଦ୍ୟୁତ୍ ଆଘାତରେ ମହିଳା  ଗୁରୁତର। ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି। ପରୀକ୍ଷା ନିରିକ୍ଷା ପରେ ଗୁରୁତର ମହିଳା ଡାକ୍ତରଙ୍କ ଦ୍ୱାରା ମ୍ରୁତ ଘୋଷିତ। ମ୍ରୁତ ମହିଳାଙ୍କ ନାମ ସାଧବ ନାୟକ(୪୫ ବର୍ଷ)। ଘର ପଟିଆ ବୋଲି ଜଣା ପଡିଛି। ମୌସୁମି ପ୍ରଭାଵରେ ସାରା ଅଂଚଳରେ ବର୍ଷା ଜାରି ରହିଛି। ପଟିଆ ଗ୍ରାମରେ ମଧ୍ୟ୍ୟ ବର୍ଷା ଲାଗି ରହିଛି। ସେତିକି ବେଳେ ପଟିଆ ଗ୍ରାମରେ ଜଣେ ମହିଳା ନିଜ ଘରେ  ଲାଇଟ୍ ପାଇଁ ଲାଗିଥିବା ବିଦ୍ୟୁତ୍ ତାରକୁ ଧରି ଦେଇଥିଲେ। ମାଟି ଓଦା ଥିବାରୁ ମହିଲା ଜଣକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଗୁରୁତର ହୋଇ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରି ଟାଙ୍ଗୀ  ମେଡିକାଲରେ ଭର୍ତି କରିଥିଲେ। ଟାଙ୍ଗୀ ପୋଲିସ୍ ଶବ ଜବତ କରି ତଦନ୍ତ ଚଳାଇଛି। 

ତେବେ ଏଠାରେ ଡାକ୍ତର ଗୁରୁତର ମହିଳାଙ୍କୁ ମ୍ରୁତ ଘୋଷଣା କରିଛନ୍ତି। ମ୍ରୁତ ମହିଳା ଜଣେ ଗରୀବ ଶ୍ରେଣୀର  ମହିଳା ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି।

ରିପୋର୍ଟ: ନୀଳାଦ୍ରି ଭୁଷଣ ଗଡ଼ନାୟକ (ଖୋର୍ଦ୍ଧା) 

Post a Comment

0 Comments