Recent

6/recent/ticker-posts

ଘୁଡୁକାବାରି କୁ ହରାଇ ଡିମିରି ପଲ୍ଲୀ କ୍ରିକେଟ୍ ଟିମ୍ ଚାମ୍ପିଅନ


ନୂଆଗାଁ: ବର୍ଷା ନାଏକ,ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଖେଳପଡିଆରେ ମା ଘାଗୁଡ଼ିଦେବି ଯୁବ କ୍ଲବ ଅନୁକୁଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା l ଫାଇନାଲ ରେ ଡ଼ିମିରିପଲ୍ଲୀ ସହ ଘୁଡୁକାବାରି ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଡ଼ିମିରିପଲ୍ଲୀ କ୍ରିକେଟ୍ ଟିମ୍  ପ୍ରଥମେ ଟଚ ଉଇନ କରି ଫିଲଡିଙ୍ଗି ର ନିଷ୍ପତି ନେଇଥିଲା l ଶେଷରେ ଡ଼ିମିରିପଲ୍ଲୀ କ୍ରିକେଟ ଟିମ ବାଜିମାତ କରିଥିଲା l ଦୁଇ ଅମ୍ପାୟାର ପପୁ, ଏବଂ ପ୍ରଦୀପ ପରିଚାଳନା କରିଥିଲେ l 

ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଅଧକ୍ଷl ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , କାପ୍ତାପଲ୍ଲୀ ସରପଞ୍ଚ ସାରସଧର ସାହୁ, ଗୁମୀ ସମିତି ସଭ୍ୟ ସଂଜୀବ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। କୁବେର ଯାନୀ, ସଭାକୁ ପରିଚାଳନା କରିଥିଲେ l ମା ଘାଗୁଡ଼ି ଦେବୀ ଯୁବ କ୍ଲବ ର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା l  ଖେଳପଡିଆ ଚାରିପଟେ ବସିବା ପାଇଁ ସିଟ କରିବାକୁ ସରପଞ୍ଚ ଶ୍ରୀ ସହୂ ଘୋଷଣା କରିଥିଲେ l

Post a Comment

0 Comments