Recent

6/recent/ticker-posts

ଟେଲିି ଅଭିନେତ୍ରୀଙ୍କ ଆତ୍ମହତ୍ୟା : ଶବ ନିକଟରୁ ସୁଇସାଇଡ୍ ନୋଟ୍ ଜବତ, ଲେଖିଲେ ଏଭଳି କଥା..


ଭୁବନେଶ୍ୱର : ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିରେ ରହୁଥିବା ଭଡ଼ା ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ନିକଟରେ ଥିବା ଟେବୁଲ୍ ଉପରୁ ସୁଇସାଇଡ୍ ନୋଟ୍ ଜବତ କରିଛି ।


ସୁଇସାଇଡ୍ ନୋଟ୍‌ରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି । ମାତ୍ର ତାଙ୍କ ବାବା କି ପରିବାର ଲୋକେ ଯଦି କାହାରିକୁ ଦାୟୀ କରନ୍ତି, ତେବେ ସେ କାହାରିକୁ ବି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ଲେଖିଛନ୍ତି । ତେଣୁ ସୁଇସାଇଡ୍ ନୋଟ୍‌ରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିଙ୍କ ଆତ୍ମହତ୍ୟା କରିବା ସ୍ୱାଭାବିକ ପ୍ରକ୍ରିୟା ନୁହେଁ । କୌଣସି ଅଘଟଣ ବା ମାନସିକ ଚାପକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ଏ ବାବଦରେ ପରିବାର ଲୋକେ ଜାଣିଥିବାରୁ ଘଟଣା ସାମ୍ନାକୁ ନ ଆସିବା ପାଇଁ ଏଭଳି ସୁଇସାଇଡ୍ ନୋଟ୍ ଲେଖିଛନ୍ତି ।

Post a Comment

0 Comments