Recent

6/recent/ticker-posts

ଚୋର ଗିରଫ


ଖୋର୍ଦ୍ଧା: ବେଆଇନ ପଥର ଚୋରା ଚାଲାଣ ଅଭିଯୋଗରେ ନିରାକାରପୁର ପୋଲିସ୍ ଜବତ କରିଥିଲା ଏକ ଟ୍ରକ୍। ବହୁ ଦିନ ଧରି ଥାନାରେ ଟ୍ରକ୍ ଜବତ ହୋଇ ରହିବା ପରେ କୋର୍ଟ ଆଦେଶ ବଳରେ ଟ୍ରକ୍ କୁ ମୁକୁଳା ଇଥିଲେ ଟ୍ରକ ମାଲିକ ହେଲେ ଟ୍ରକ୍ ଟି ଅଚଳ ଅବସ୍ଥାରେ ପଡି ରହିବା ଯୋଗୁଁ ଟ୍ରକ୍ ରେ ଦେଖା ଦେଇଥିଲା ଯାନ୍ତ୍ରିକ ସମସ୍ୟା । ଫଳରେ ଅଚଳ ଟ୍ରକ୍ କୁ ସଚଳ କରିବା ପାଇଁ ଟ୍ରକ୍ ମାଲିକ ନିରାକାର ପୁର ଥାନା ନିକଟ ମାନୁ ଢାବା ସମ୍ମୁଖରେ ପାର୍କିଂ କରି ଯାଇଥିଲେ ମେକାନିକ୍ ଡାକିବାକୁ। ଅନ୍ଧାର ର ସୁଯୋଗ ନେଇ ଚୋର ମାନେ ଆରମ୍ଭ କରୋ ଦେଇଥିଲେ ସେମାନଙ୍କର କାର୍ଯ୍ୟ । ଅଚଳ ଟ୍ରକ୍ ଜୁ ବ୍ୟାଟେରୀ ବେଲଚା ଜଗ୍ ଆଦି ଖୋଲିକରିନେଇ ଯାଇଥିଲେ ଚୋର ଦଳ। ଏ ନେଇ ନିରାକାର ପୁର ଥାନାରେ ଟ୍ରକ୍ ମାଲିକ କରିଥିଲେ ଅଭିଯୋଗ। ଅଭିଯୋଗ ପରେ ନିରାକାର ପୁର ଥାନା ଅଧିକାରୀ ଗୀତାଂଜଳି ନାୟକ ତଦନ୍ତ କରି ୩ ଜଣ ଚୋରଙ୍କୁ ଗିରଫ କରିଛନ୍ତି ।
ଗିରଫ ଚୋର ମାନେ ହେଲେ ନିରାକାର ପୁର ଥାନା ଖଜୁରିଆ ଗ୍ରାମର ମୁକ୍ତେଶ୍ୱର ପାଇକରାୟ ଓରଫ ଧବଳ ,ଆଲୋକ କୁମାର ଦାସ ଓ ରାମେଶ୍ୱର ର ବାଳି ଓରଫ ହେମନ୍ତ ସାମଲ ।
ସେମାନଙ୍କ ନିକଟରୁ ଚୋରୀ ହୋଇଥିବା ଟ୍ରକ୍ ବ୍ୟାଟେରୀ ବେଲଚା ଜଗ୍ ଜବତ କରିଛି ପୋଲିସ୍ OR09E 2917 ନମ୍ବର ବିଶିଷ୍ଟ ଟ୍ରକ୍ ଟି ନିରାକାର ପୁର ଥାନା ନିକଟ ମାନୁ ଢାବା କଡରେ ପାର୍କିଂ କରିଥିବା ବେଳେ ଚୋର ମାନେ ଚୋରୀ କରିଥିଲେ ।
 ରିପୋର୍ଟ୍ -ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)

Post a Comment

0 Comments