Recent

6/recent/ticker-posts

ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ହରିଶଙ୍କର ପୀଠ


ବରଗଡ଼: ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ହରିଶଙ୍କର ପୀଠ ଠାରେ ହରି ଓ ଶଙ୍କର ଏକାଠି ପୂଜା ପାଆନ୍ତି । ହରିଶଙ୍କର ଙ୍କ ବୀଜମନ୍ତ୍ର ଚଉଦାକ୍ଷର ଅଟେ ।ପ୍ରାୟ ୧୩୦୦ ଖ୍ରୀଷ୍ଟାବ୍ଦ ପୂର୍ବ ର କଥା ଧର୍ମ କର୍ମରେ ଦିନ କାଟୁଥିବା ଜଣେ ସହଦେବ ଭୁଏ ନାମକ କନ୍ଧ ଆଦିବାସୀ ବ୍ଯକ୍ତି  ବଣଜଙ୍ଗଲ ଭିତରେ କନ୍ଦା ଖୋଲୁଥିବା ସମୟରେ ମାଟିତଳୁ ହରିଶଙ୍କର ଙ୍କୁ ପାଇଥିଲେ । 


କନ୍ଧ ସହଦେବ ଙ୍କ ଭକ୍ତି ରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କ ହାତରୁ ପୂଜା ପାଇବା ସହ ତାଙ୍କ ମାଧ୍ଯମରେ ବିଶ୍ବ ବିଦିତ ହେବାପାଇଁ ସ୍ବପ୍ନା ଦେଶ ଦେଇଥିଲେ । ସେ ଦିନଠାରୁ ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ହରିଶଙ୍କର ଆବିର୍ଭାବ ହୋଇଥିଲେ । ପରବର୍ତ୍ତୀ ସମୟରେ ପାଟଣାର ରାଣୀ ଦୁର୍ଲ୍ଲଭାଦେବୀ ହରିଶଙ୍କର ମନ୍ଦିର ନିର୍ମାଣ କରାଇଥିଲେ । ହରି ଓ ଶଙ୍କର ଏକାଠି ପୂଜା ପାଆନ୍ତି। 

ରିପୋର୍ଟ: ରଜନୀକାନ୍ତ ସାହୁ (ବରଗଡ)

Post a Comment

0 Comments