ଡେଲାଙ୍ଗ :- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଜୁ ସଭା ଗୃହ ଠାରେ ପାନୀୟ ଜଳର ମାନ ପରୀକ୍ଷଣ ଓ ପରିମଳ ସର୍ବେକ୍ଷଣ ନିମନ୍ତେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ SDO - ଆଲୋକ ରଞ୍ଜନ ପଣ୍ଡା , JE ସ୍ୱାଗତିକା ପ୍ରଧାନ , ଜିଲ୍ଲା ମୁଖ୍ୟ ଜଳ ପ୍ରକଳ୍ପ ଅଧିକାରୀ କମଳ ଦାଶ , ଏବଂ ବ୍ଲକ ର ସମସ୍ତ ୨୧ ଟି ପଂଚାୟତ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । କିଭଳି ପ୍ରତି ପଂଚାୟତ ରେ ଥିବା ଜଳ ର ମାନ , କିଟ ମାଧ୍ୟମରେ ପରୀକ୍ଷଣ କରାଯିବ ଓ ଏହାର ସଠିକ ତଥ୍ୟ ସରକାରଙ୍କୁ ଦିଆଯାଇପାରିବ ସେ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ(ଡେଲାଙ୍ଗ)
0 Comments