Recent

6/recent/ticker-posts

କେନ୍ଦ୍ର ଗ୍ରାମୀଣ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସତ୍ୟବାଦୀରେ ସ୍ୱାଗତ।

ସାକ୍ଷୀଗୋପାଳ :କେନ୍ଦ୍ର ଗ୍ରାମୀଣ ଖାଦ୍ୟ ଯୋଗାଣ ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତିଙ୍କୁ ସତ୍ୟବାଦୀରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ହୁଳହୁଳି ଓ ଜୟ ଭାରତ ମାତାକି ଜୟ , ଜୟ ଜଗନ୍ନାଥ , ଜୟ ସାକ୍ଷୀଗୋପିନାଥକି ଜୟ ଡାକରା ଦେଇ ସ୍ବାଗତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ପୁରୀ ଯିବା ସମୟରେ କିଛି ସମୟ ପାଇଁ ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ବର୍ଣ୍ଣ ମଣ୍ଡପ ପରିସରରେ ଅନୁଷ୍ଠିତ ସଭାରେ ବିଜେପି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିବା ଆଗରୁ ଭାରତ ମାତାକି ଜୟ କହି କେନ୍ଦ୍ର ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆବାସଯୋଜନା ପ୍ରଦାନ କରୁଛନ୍ତି । ତାହାକୁ ଓଡିଶା ରାଜ୍ୟ ସରକାର ସଠିକ ଭାବେ ପାଳନ ନ କରି ବିଜୁ ବାବୁଙ୍କ ନାମରେ କରିଛନ୍ତି । ଓଡିଶା ସରକାର ନିଜ ନାମ ଲେଖୁଥିବା ବେଳେଗୋଟିଏ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ନାମ ଲେଖାନାହିଁ ବୋଲି କହିଥିଲେ । ସେହିପରି ବିଜେପି ସଭାକୁ ଆସିଥିବା କିଛି ମହିଳା ୬ ମାସ ହେବ କେନ୍ଦ୍ର ସରକାର କାହିଁକି ଗହମ ଦେଉନାହାନ୍ତି ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ୨୦୨୪ରେ ପୁରୀ ଲୋକସଭା ଆସନରେ ପଦ୍ମଫୁଲ ଫୁଟିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ସମ୍ବିତ ପାତ୍ର , ପୁରୀ ଜିଲ୍ଲା ବିଜେପି ସଭାପତି ଆଶିଷ ପଟ୍ଟନାୟକ , ଲୋକସଭା ପ୍ରଭାରୀ ଅମୀଶ ଦାଶ , ରେଖାଶ୍ରୀ ସାମନ୍ତସିଂହାର , କୃଷ୍ଣଚନ୍ଦ୍ର ଜଗଦେବ , ସତ୍ୟବାଦୀର ପୂର୍ବତନ ବିଧାୟକଶ୍ରୀଯୁକ୍ତ ରମାରଞ୍ଜନ ବଳିୟାରସିଂ , ଲୋକସଭା ସଂଯୋଜକ ଶଙ୍କର ପରିଡା ପ୍ରମୁଖ ଯୋଗଦେଇଥିଲେ । ଓମ ପ୍ରକାଶ ମିଶ୍ର ସଭାକୁ ସଂଯୋଜନା କରିଥିଲେ । ସତ୍ୟବାଦୀ ବ୍ଳକର ଜିଲ୍ଲାପରିଷଦସଭ୍ୟ ରତିକାନ୍ତ ପରିଡା , ଜୟପୁର ସମିତିସଭ୍ୟ ଦୀପକକୁମାର ଶତପଥୀଙ୍କ ସହିତବିଭିନ୍ନ ପଞ୍ଚାୟତର ପୂର୍ବତନ ଓ ନୂତନ ସରପଞ୍ଚ ଓ ଜନପ୍ରତିନିଧୂ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ- ପୁର୍ଣାନନ୍ଦ ତ୍ରିପାଠୀ( ସାକ୍ଷୀଗୋପାଳ)

Post a Comment

0 Comments