Recent

6/recent/ticker-posts

ବସ୍ ଚାଳକଙ୍କୁ ନିସ୍ତୁକ ମାଡ।

ଟାଙ୍ଗୀ:ବସ୍ ଚାଳକଙ୍କୁ ନିସ୍ତୁକ ମାଡ,ମାଡ ଖାଇ ଚାଳକ ଗୁରୁତର ଚାଳକଙ୍କ ଅବସ୍ଥା ଗୁରୁତର ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କଲେ ପରିବାର ଲୋକେ।ଘଟଣା ଘଟିଛି ଖୋର୍ଦ୍ଧା ଜିଲା ନିରାକାର ପୁର ବଜାର ନିକଟରେ ଉମା ଶଙ୍କର ନାମକ ଏକ ଘରୋଇ ବସ୍ ନିରାକାର ପୁର ରୁ ମା ଉଗ୍ରତାରା ପୀଠ ଭୁଷଣ୍ଡ ପୁର କୁ ଆସିଥିଲା ବର ଯାତ୍ରୀଙ୍କୁ ନେଇ ଫେରିବା ବେଳେ ଉଗ୍ରତାରା ଛକ ନିକଟ ଜାତୀୟ ରାଜପଥରେ କିଛି ଯୁବକ ମାନଙ୍କ ସହ ବସ୍ ଚାଳକଙ୍କର କୌଣସି କଥାକୁ ନେଇ କଳି ଗୋଳ ହୋଇଥିଲା ପରେ ଏହା ମୀମାଂସା ହୋଇଥିବା ଶୁଣିବାକୁ ମିଳିଛି ତେବେ ବସ୍ ଟି ନିରାକାର ପୁର ରୁ ବର ଯାତ୍ରୀଙ୍କୁ ଛାଡି ଫେରିବା ବେଳେ ନିରାକାର ପୁର ପଦ୍ମପୁର ନିକଟରେ କେତେକ ଯୁବକ ଅଟୋ ରିକ୍ସା ରେ ଆସି ବସ୍ ଅଟକାଇ ଚାଳକଙ୍କୁ ଗାଡିରୁ ଟାଣି ଆଣି ନିସ୍ତୁକ ଛେଛିଥିବା ଜଣା ପଡିଛି ଗୁରୁତର ବସ୍ ଚାଳକର ନାମ ତପନ ସ୍ୱାଇଁ ତାର ଘର ଉଗ୍ରତାରା ନିକଟ ହରିପୁର ଗ୍ରାମରେ ବସ୍ ଚାଳକ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଏ ନେଇ ନିରାକାର ପୁର ଥାନାରେ କୌଣସି ଅଭିଯୋଗ ହୋଇନାହିଁ ତେବେ ପୋଲିସ୍ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରଯିବ ବୋଲି କହିଛି ପୋଲିସ୍।

ରିପୋର୍ଟ ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)

Post a Comment

0 Comments