ଖୋର୍ଦ୍ଧା:ଜଂକିଆ ଜାତୀୟ ରାଜପଥ କର୍ତ୍ତୃପକ୍ଷ,ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଆଇପିଏଲ ଓ ସ୍ଥାନୀୟ ଜଂକିଆ ପୋଲିସର ଅପାରଗତା ଯୋଗୁଁ ଦୁଇ ଦିନରେ ଗୋଟିଏ ସ୍ଥାନରେ ଘଟିଛି ତିନୋଟି ଦୁର୍ଘଟଣା।ଜଂକିଆ ଥାନା ମୋଟା ଛକ ନିକଟରେ ଦୁଇ ଦିନରେ ଘଟିଛି ତିନି ତିନୋଟି ଦୁର୍ଘଟଣା।ଗତକାଲି ମୋଟା ଛକରେ ଟ୍ରକକୁ ପଛରୁ ପିଟିଥିଲା ଏକ ଟ୍ରକ। ଦୁର୍ଘଟଣା ରେ ଜଣେ ଜଣେ ଡ୍ରାଇଭର ର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ଗ୍ରସ୍ଥ ଟ୍ରକଟି ରାସ୍ତା ମଝିରେ ଠିଆ ହୋଇଥିଲା ବେଳେ ଉକ୍ତ ଯାଗାରେ କାର ଟ୍ରକ ଦୁର୍ଘଟଣା ହୋଇଥିଲା ଦୁର୍ଘଟଣା ରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚିଥିଲେ ବାଣପୁର ର ଏକ ପରିବାର ସଦସ୍ୟ।ଟ୍ରକଟି ରାସ୍ତା ମଝିରେ ଅଟକି ରହିବାରୁ ଆଜି ପୁଣି ସେହି ଦୁର୍ଘଟଣା ଟ୍ରକକୁ ପଛରୁ ପିଟିଛି ଗୋଟିଏ ଆଇଚର ଟ୍ରକ।ଟ୍ରକ ଦୁର୍ଘଟଣାରେ ଆଇଚର ଟ୍ରକ ଡ୍ରାଇଭର ଗୁରୁତର।ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲ ରେ ଭର୍ତ୍ତି।ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ମଝିରେ ଦୁଇଦିନ ଧରି ଅଟକି ରହିବାରୁ ଘଟୁଛି ସିରିଜ ଦୁର୍ଘଟଣା।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛ।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)


0 Comments