Recent

6/recent/ticker-posts

ଚିଲିକା କାଙ୍କଣ ଶିଖରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିଲା।

ନିଳାଦ୍ରୀ ଭୂଷଣ ଗଡ଼ନାୟକ

ଚିଲିକା:-ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଚଳ ଚଂଚଳ ହୋଇ ଉଠିଛି   ଶ୍ରୀକ୍ଷେତ୍ର ବଡ ଦେଉଳରୁ  ମହାବାହୁ ଓହ୍ଲାଇ ଆସିବେ ବଡ ଦାଣ୍ଡକୁ ରଥ ରେ ବସି  ୩ ଠାକୁର  ଦର୍ଶନ ଦେବେ ଭକ୍ତ  ମାନଙ୍କୁ ସେଥିପାଇଁ ଭକ୍ତ ମାନଙ୍କ ମନରେ ନାହିଁ ନଥିଵା ଉସ୍ଛାହ ଉଦ୍ଧିପନା ସେହି ଭଳି ଏକ ନିଆରା  ରଥ ଯାତ୍ରା ଦେଖିବାକୁ ମିଳିଛି ଚିଲିକାର ଅଥଳ ଜଳ ରାଶିରେ ।ମହା ବାହୁ ବଳିଆର ଭୁଜ  ରଥ ପଥ ନୁହେଁ ଜଳ ପଥରେ ଡଙ୍ଗାରେ ବସି  ନୌଭ୍ରମଣ କରିବେ।ଏହି ଦିବ୍ୟ  ଦର୍ଶନ ପାଇଁ ଶହ ଶହ ଲୋକଙ୍କ ଭୀଡ ଚିଲିକାର କାଙ୍କଣ ଶୀଖରୀରେ ।
ଏହି ରଥ ରେ ମହାପ୍ରଭୁ ବିରାଜମାନ କରି ଚିଲିକା ହ୍ରଦରେ ରଥଯାତ୍ରାରେ ସାମିଲ ହୋଇଛନ୍ତି।ଚିଲିକାହ୍ରଦ ଭିତରେ ରହିଛି  କାଙ୍କଣ  ଶୀଖରୀ ପାହାଡ,1731 ରେ ମୁସଲିମ ଶାସକ ତାକି ଖାଁ  ଶ୍ରୀମନ୍ଦିର କୁ ଅକ୍ରମଣ କରିଥିଲା. ସେତେବେଳେ ଦଇତାପତି ମାନେ ମହାପ୍ରଭୁଙ୍କୁ ଲୁଚେଇ ବ୍ରହ୍ମଗିରି ବାଟ ଦେଇ ଡଙ୍ଗାରେ ମହା ପ୍ରଭୁଙ୍କୁ ଆଣି  ଏହି  କାକଂଣ ଶୀଖରୀ ପାହାଡ଼ରେ  ଲୁଚାଇ ରଖିଥିଲେ.। ସେତେବେଳେ ଏହି ପାହାଡ଼ ରେ କେବଳ କାକଂଡ ଫଳ  ଫଳୁଥିଲା ଯାହାକୁ ଭଗବାନଙ୍କ ପାଖରେ ଭୋଗ ଲଗା ଯାଇଥିଲା ।ସେଥିପାଇଁ ପାହଡର ନାମ  କାଙ୍କଣ  ଶୀଖରୀ ଚିଲିକା ହ୍ରଦର ଅଥଳ ଜଳ ରାଶିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର ଡଙ୍ଗାରେ ବିରାଜମାନ କରିବେ ତିନି ଠାକୁର .ଅଦ୍ଭୂତସେ ରଥଯାତ୍ରା. ଶୀକ୍ଷେତ୍ରରେ ମହାପ୍ରଭୁ ଶରଧାବାଲିରେ ହୋଇଥିବା ରଥଯାତ୍ରାରେ ସାମିଲ ହୁଅନ୍ତି କିନ୍ତୁ କାକଂଣ ଶୀଖରୀରେ ତିନିଠାକୁର ଜଳ ଭିତରେ ଡଙ୍ଗାରେ ବିରାଜମାନ କରିଛନ୍ତି।

ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)

Post a Comment

0 Comments