ସାକ୍ଷୀଗୋପାଳ:-ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀ -ଭୁବନେଶ୍ୱର ମୁଖ୍ୟ ସଡ଼କପଥ ସାକ୍ଷୀଗୋପାଳ ଅନ୍ତର୍ଗତ କାଦୁଆ ଛକ ଠାରେ ଥିବା କେଦାରନାଥ ପେଟ୍ରୋଲ ପମ୍ପ ପରିସର ମଧ୍ୟରେ ଭାରତୀୟ ତୈଳ କମ୍ପାନୀ IOCLତରଫରୁ ଯାତ୍ରୀ ମାନଙ୍କ ପାଇଁ ଏକ ପର୍ଯ୍ୟଟକ ଶୁବିଧା କେନ୍ଦ୍ର ଖୋଲାଯାଇଛି । IOCL ଓଡିଶା ସଂଯୋଜକ ଶ୍ରୀ ନିରଜ ନିମଜେ କହିଛନ୍ତି କି ଏହି ସୁବିଧା କେନ୍ଦ୍ରରେ ପୁରୀ କୁ ଆସୁଥିବା ଯାତ୍ରୀ ତଥା ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ ସମସ୍ତ ସୁବିଧା ଯେମତିକି ପାଣି ,ଅତ୍ୟାଧୂନିକ ଶୌଚାଳୟ . ଜଗନ୍ନାଥ ଙ୍କ ବିଷୟରେ ବିବରଣୀ, ରାସ୍ତା ର ବିବରଣୀ , ଥକିପଡିଥିବା ଯାତ୍ରୀ ଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯାଇଛି । IOCL ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ମାଧବ ବୈଦ୍ୟ ଯାତ୍ରୀମାନଙ୍କ ସେବା କରିବାର ଏହା ଏକ ଉତ୍ତମ ସମୟ ବୋଲି କହିଛନ୍ତି ଏବଂ ଆଗକୁ ଗ୍ରାହକ ମାନଙ୍କୁ ଅଧିକ ସେବା ଯୋଗାଇଦିଆଜିବ ବୋଲି ମଧ୍ୟ ମତ ରଖିଥିଲେ । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ ଟାଙ୍କି ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା । ପେଟ୍ରୋଲ ଟାଙ୍କି ର ସମସ୍ତ କର୍ମକର୍ତା ତଥାକର୍ମଚାରୀ ମାନଙ୍କୁ IOCLର ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ମାଧବ ବୈଦ ପୁରସ୍କାର ପ୍ରଦାନ କରିଥିଲେ. କେଦାରନାଥ ଫୁଏଲର
ପରୀଚାଳନା ନିର୍ଦେଶକଙ୍କ ପ୍ରତ୍ୟେକ୍ଷ ତତ୍ଵାବ
ଧାନରେ ସଭାଟିକୁ ସୁଚାରୁ ରୂପେ ପରୀଚାଳନା
କରାଯାଇଥିଲା।
ରିପୋର୍ଟ- ହିମାଂଶୁ ମହାପାତ୍ର (ପୁରୀ)


0 Comments