ସାରା ଦୁନିଆ ନ୍ୟୁଜ୍ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି ଟ୍ୱେଂଟିକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ହରାଇ ୧୯୮ ରନ୍ କରିଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ ପ୍ରଦର୍ଶନ କରରି ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରି ୩୯ ରନ୍ କରିଥିଲେ। ଜବାବରେ ୧୯୯ ରନର ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଡାଭିଡ ମଲାନ ୨୧, ହାରି ବ୍ରୁକ ୨୮ ଓ କ୍ରିସ୍ ଜୋର୍ଡାନ ୨୬ ରନ୍ କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମକ୍ରାର ବୋଲିଂ କରି ୪ଟି ୱିକେଟ ହାସଲ କରିଥିବା ବେଳେ ଅର୍ସଦୀପ ସିଂ ଓ ୟଜୁବେନ୍ଦ୍ର ଚହଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।


0 Comments