ଚିଲିକା:ଗତ ରାତିସାରା ଲଘୁଚାପ ବର୍ଷାର ପ୍ରକୋପ । ଚିଲିକା କୁଳିଆ ଗାଁରେ ପଶିଲା ବନ୍ୟା ଜଳ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତ ଦଳ ବେହେରା ସାହି...ଜଗନ୍ନାଥ ପୁର ଏବଂ ଡିଗିରି ସାହି ରେ ପଶିଲା ବନ୍ୟା ଜଳ । ତା ସହିତ ମାନସିଂପୁର ପଞ୍ଚାୟତ ବରୁଣ ପଡା ଗ୍ରାମର ଶଙ୍ଖ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେବା ସହିତ ବାଁଉଶ ମୂଳ ମା ଅଙ୍କୁରେଇଙ୍କ ରାସ୍ତା ମଧ୍ୟ ଜଳ ଭାଗରେ ପରିପୂର୍ଣ୍ଣ । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ପ୍ରତି ବର୍ଷ ବର୍ଷା ରୁତୁ ଆସିଲେ ଚିଲିକା କୂଳିଆ ଗାଁ ଲୋକଙ୍କର ମୁଣ୍ଡ ବିନ୍ଧା ବଢି ଯାଇଥାଏ । ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ବ୍ଲକ ଓ ଚିଲିକା ବ୍ଲକର ସମସ୍ତ ଅଞ୍ଚଳରେ ଅଶ୍ରାନ୍ତ ବର୍ଷା ଜାରି ରହିଥିଲା । ଫଳରେ ଚିଲିକା କୂଳିଆ ଗାଁ ଜରିପଡା ପଞ୍ଚାୟତର ଜଗନ୍ନାଥ ପୁର .ପାଣି ଦୁଆର..ଡିଗିରି ସାହି...ଦଳ ବେହେରା ସାହି ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି । ଏବେ ଗାଁ ଦାଣ୍ଡରେ ବନ୍ୟା ଜଳ ୩ ରୁ ୪ ଫୁଟ ଲେଖାଏଁ ଚାଲିଛି ।ଲୋକେ ଆଶା ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବେଳକୁ ବେଳ ବନ୍ୟା ଜଳର ସ୍ତର ବ୍ରୁଦ୍ଧି ପାଇବାରେ ଲାଗିଛି । ଯାହାକି ପରିସ୍ଥିତିକୁ ଆହୁରି ସଂଗୀନ କରି ଦେଇଛି । ଫଳରେ ଲୋକଙ୍କର ଜୀବନ ଯାତ୍ରା ଠପ୍ ହୋଇ ଯାଇଛି । ଏହା ସହ ମାନସିଂ ପୁର ପଞ୍ଚାୟତ ବରୁଣ ପଡା କୁ ଯିବା ପୋଲ ଉପରେ ୪ ଫୁଟର ବନ୍ୟା ଜଳ ଯିବା ସହିତ ବାଁଉଶ ମୂଳ ଅଙ୍କୁରେଇଙ୍କ ରାସ୍ତା ଜଳମଗ୍ନ ଅବସ୍ଥାରେ ପ୍ରବାହିତ ହୋଇଥିବାରୁ ବରୁଣ ପଡା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ପାଖା ପାଖି ୫ ହଜାର ରୁ ଅଧିକ.ଲୋକ ଜଳ ବନ୍ଦି ଅବସ୍ଥାରେ ଥିବା ଜଣା ପଡିଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।
ରିପୋର୍ଟ ନୀଳାଦ୍ରି ଭୂଷଣ ଗଡ଼ନାୟକ ଚିଲିକା (ଖୋର୍ଦ୍ଧା)


0 Comments