Recent

6/recent/ticker-posts

ବନ ମହୋତ୍ସବ ଅବସରରେ ବିଦ୍ୟାଳୟ ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ

 ଡେଲାଙ୍ଗ :- ବନ ମହୋତ୍ସବ ପାଳନ କରିବାକୁ ଯାଇ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ଦେଖିଲେ ସରପଞ୍ଚ ଓ ଅଧ୍ୟକ୍ଷା 



ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାତ୍ୟା ଆଶ୍ରୟ ସ୍ଥଳୀ ଘର ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଶ୍ରୀ ଦୀପକ ସାହୁ 



ଆଜି ଡେଲାଙ୍ଗ କୋଠବାଡ଼ ପଂଚାୟତ ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ଲଗାଇ ପିଲାମାନଙ୍କୁ ସଚେତନତା ବାର୍ତା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦୀପକ କୁମାର ସାହୁ । ଏହି ପରିପ୍ରେକ୍ଷୀରେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ , ଡେଲାଙ୍ଗ ବ୍ଲକ ନୋଡାଲ ସ୍ବେଛାସେବୀ ସଂଗଠନ ର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ଦାଶ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ବୃକ୍ଷ ରୋପଣ କାର୍ଯ୍ୟ ଶେଷ ହେବାପରେ ସରପଞ୍ଚ ବିଦ୍ୟାଳୟ ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୃହ ବୁଲି ଦେଖିଥିଲେ ଏବଂ ଅଧ୍ୟକ୍ଷା ଙ୍କ ସହ ଆଲୋଚନା କରି ତୁରନ୍ତ ମରାମତି ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମତ ରଖିଛନ୍ତି । ତେବେ କୋଠବାଡ ପଂଚାୟତ ବାସୀ ତଥା ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ସରପଞ୍ଚ ଙ୍କ ଏଭଳି ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରଶଂସା କରୁଛନ୍ତି । 


ରିପୋର୍ଟ :- ହିମାଂଶୁ ମହାପାତ୍ର(ଡେଲାଙ୍ଗ)

Post a Comment

0 Comments