Recent

6/recent/ticker-posts

ମନ୍ଦିର ହୁଣ୍ଡି ଲୁଟ କଲେ ଦୁର୍ବୁତ୍ତ

 ପିପିଲି:- ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ



    ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି । ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଫିଙ୍ଗି ଦେଲେ ଚୋର ଚଳିତବର୍ଷ ପିପିଲିରେ ୧୦ରୁ ଅଧିକ ମନ୍ଦିରରୁ ଚୋରି ହୋଇଛି । ତେବେ ପୋଲିସ ର ଏତେ କଡା ସୁରକ୍ଷା ଓ କଟକଣା କୁ ଖାତିର କରୁନାହାନ୍ତି ଚୋର । ସବୁଠାରୁ ସୁବିଧା ଉପାୟ ଟଙ୍କା ରୋଜଗାର ର ବୋଲି ଭାବିନେଇଛନ୍ତି ଚୋରମାନେ । ପିପିଲି ପୋଲିସ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛି । କିନ୍ତୁ ମନ୍ଦିର କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଚୋର । ଏଣୁ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । 


ରିପୋର୍ଟ :- ହିମାଂଶୁ ମହାପାତ୍ର (ପିପିଲି)

Post a Comment

0 Comments