Recent

6/recent/ticker-posts

ନୁୁପୁର ଶର୍ମାଙ୍କ ବୟାନକୁ ନେଇ ଭାରତରେ ସାଇବର ଆଟାକ୍‌, ୨ହଜାରରୁ ଅଧିକ ୱେବ୍‌ସାଇଟ୍‌ ହ୍ୟାକ୍‌ କରି ଆରମ୍ଭ କଲେ ସାଇବର ଯୁଦ୍ଧ!


ବିଜେପିର ପୂର୍ବତନ ପ୍ରବକ୍ତା ନୁୁପୁର ଶର୍ମାଙ୍କ ପୈଗମ୍ବର ମୋହମ୍ମଦଙ୍କ ଉପରେ ଦେଇଥିବା ବୟାନକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଘଟିଯାଇଛି । ଏହାରି ମଧ୍ୟରେ ଅହମ୍ମଦାବାଦ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି କି ଏହି ଘଟଣା ପରେ ମାଲେସିଆ ଓ ଇଣ୍ଡୋନେସିଆ ମୁସ୍‌ଲିମ୍‌ ହ୍ୟାକର୍ସ ମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ଦୁଇଟି ହ୍ୟାକର୍ସ ଗ୍ରୁପ୍ ଡ୍ରାଗନ୍‌ ଫୋର୍ସ ମାଲେସିଆ ଓ ହେକ୍ଟିଭିଷ୍ଟ ଇଣ୍ଡୋନେସିଆ ଭାରତ ବିରୋଧରେ ସାଇବର ଆଟାକ୍‌ କରିଦେଇଛନ୍ତି । ଏହି ଦୁଇ ହ୍ୟାକର୍ସମାନେ ମଧ୍ୟ ସମଗ୍ର ବିଶ୍ୱର ଥିବା ମୁସ୍‌ଲିମ୍‌ ହ୍ୟାକରମାନଙ୍କୁ ଭାରତ ଉପରେ ସାଇବର ଆକ୍ରମଣ କରିବା ପାଇଁ ଅପିଲ୍‌ କରିଛନ୍ତି । ଏହି ହ୍ୟାକର୍ସ ଗ୍ରୁପ୍‌ ମାନେ ୨ହଜାରରୁ ଅଧିକ ୱେବ୍‌ସାଇଟ୍‌କୁ ହ୍ୟାକ୍‌ କରିଛନ୍ତି ।

ସେହିପରି ନୁୁପୁର ଶର୍ମାଙ୍କ ଘର ଓ ବ୍ୟକ୍ତିଗତ ସୂଚନାକୁ ଏହି ହ୍ୟାକର୍ସମାନେ ଅନ୍‌ଲାଇନ୍‌ କରିଦେଇଛନ୍ତି । ଏହାବାଦ୍‌ ଆସାମର ଏକ ଆଞ୍ଚଳିକ ଚାନେଲ୍‌ରେ ଲାଇଭ୍‌ ଟେଲିକାଷ୍ଟ ସମୟରେ ଏମାନେ ଏହାକୁ ହ୍ୟାକ୍‌ କରିଦେଇଛନ୍ତି । ଚାନେଲ୍‌ ସ୍କ୍ରିନ୍‌ରେ ଅଚାନକ ଅନ୍ଧାର ହୋଇଯିବା ସହ ପାକିସ୍ତାନୀ ପତାକା ଦେଖିବାକୁ ମିଳିଥିଲା । ଅହମ୍ମଦାବାଦ ସାଇବର କ୍ରାଇମ୍‌ ଦେଶରେ ହେଉଥିବା ଘଟଣାକୁ ନେଇ ମାଲେସିଆ ଓ ଇଣ୍ଡୋନେସିଆ ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଅହମ୍ମଦାବାଦ ସାଇବର କ୍ରାଇମ୍‌ ଦୁଇ ଗ୍ରୁପ୍‌କୁ ଇଣ୍ଟରନେଟ୍‌ ଲୁକ୍‌ଆଉଟ୍‌ ନୋଟିସ୍‌ ପଠାଇଛନ୍ତି । ସୂଚନାଥାଉକି ନୁପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶର ବହୁ ସହରରେ ତାଙ୍କ ନାମରେ ଏଫ୍‌ଆଇଆର୍‌ ଦାୟର କରାଯାଇଛି । ଏହିସବୁ ଏଫ୍‌ଆଇଆର୍‌କୁ ଦିଲ୍ଲୀ ଟ୍ରାନ୍ସଫର କରିଦିଆଯାଇଛି ।

Post a Comment

0 Comments