Recent

6/recent/ticker-posts

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ: ଜାଣନ୍ତୁ କେତେବେଳେ ୱେବସାଇଟରେ ଦେଖିହେବ..

ସାରା ଦୁନିଆ ନ୍ୟୁଜ୍ ବ୍ୟୁରୋ : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ କାର୍ଯାଳୟରେ ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଅନୁମୋଦନ ପରେ ପରୀକ୍ଷା ଫଳ ପ୍ରକାଶ କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଦିନ ୨ଟା ପରେ ଦୁଇଟି ୱେବସାଇଟରେ ନିଜ ନାମ କିମ୍ବା ରୋଲ୍ ନମ୍ବର ଜରିଆରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା।

ପରୀକ୍ଷାଫଳ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍‌ଧ ହେବ। ଏଥିସହିତ ଏସ୍‌ଏମ୍ଏସ୍ ଜରିଆରେ ମଧ୍ଯ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏସ୍ଏମ୍ଏସ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରି‌ବେ।

କରୋନା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଏଥର ନୂଆ ଢାଞ୍ଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା। ସମେଟିଭ-୧ ଏବଂ ସମେଟିଭ-୨ ଏଭଳି ୨ଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା।

Post a Comment

0 Comments