ତେବେ ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଖୋଳତାଡ କରୁଛି। ସିଲ୍ ଥିବା ଘରକୁ ଖୋଲି ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସହିଦନଗର ଥାନା ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି । ଘର ଭିତରୁ ପୋଲିସ ଆଶ୍ରିତାଙ୍କ ମୋବାଇଲ ଫୋନ୍ ଓ ସୁଇସାଇଡ୍ ନୋଟ୍ ଜବତ କରିଛି। ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି, ‘ବାପା-ମା ମୋତେ କ୍ଷମା କରିଦେବେ । ମୋତେ ଆପଣମାନେ ବହୁତ ପାଠ ପଢାଇଛନ୍ତି । ମୁଁ ଆଉ ପାରୁନି ।’
ଅନ୍ୟପଟେ ସୁଇସାଇଡ୍ ନୋଟ୍ରେ କାହାର ନାଁ ଉଲ୍ଲେଖ ନାହିଁ। ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟରି କଲେଜରେ ଏମସିଏ ଛାତ୍ରୀ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


0 Comments