Recent

6/recent/ticker-posts

ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେବନ ମହୋତ୍ସବ ପାଳିତ।



ଖୋର୍ଦ୍ଧା: ବୋଲୋଗଡ ବ୍ଲକ ଅଧିନସ୍ଥ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ନେତୃତ୍ୱଏବଂ ଇକୋକ୍ଲବ ଦାୟିତ୍ୱରେ ଥିବା
ଶିକ୍ଷୟିତ୍ରୀ ସ୍ୱର୍ଣଲତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେବୋଲଗଡ଼ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରାଏବଂ ଗତ ମେଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର  ସୁମିତ ରଞ୍ଜନ ମହାପାତ୍ର ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟପରିଚାଳନା କମିଟିର ଅଧ୍ୟକ୍ଷା ,ଖଂଗୁରିଆ ଗ୍ରାମ ପଞ୍ଚାୟତରସମିତି ସଭ୍ୟା ବିନୋଦିନୀ ଦତ୍ତ, ନୂଆସାହି ସାଧନା କେନ୍ଦ୍ର ସଂଯୋଜକବିଶ୍ବରଂଜନ ସେଠୀ,ସମାଜସେବୀଶ୍ରୀଧର ଦତ୍ତ ଓ ବନ ବିଭାଗ କର୍ମଚାରୀ ନେପାଳ ଚନ୍ଦ୍ର ଲେଙ୍କାଯୋଗଦାନ କରିଥିଲେ ।ମୁଖ୍ୟଅତିଥି,ସମ୍ମାନିତ ଅତିଥି ଓପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଆଲୋକପାତ କରିବା
ସହ ବିଦ୍ୟାର୍ଥୀମାନଙ୍କୁ ନିଜେ ଉପଯୁକ୍ତ ସ୍ଥାନରେ ଚାରା ରୋପଣ
କରି ଗଛର ଯତ୍ନ ନେବା,ଗାଁ ଲୋକମାନଙ୍କୁଏ ସମ୍ପର୍କରେ ସଚେତନ କରିବାକୁଉପଦେଶ ପ୍ରଦାନ କରିଥିଲେ ।
ସମ୍ପୁର ଗ୍ରାମର ରବୀନ୍ଦ୍ର ସ୍ବାଇଁ,ରବୀନ୍ଦ୍ରଝପଟ ସିଂହ,ଉଦୟ ନାଥ ନାୟକ ଓହାଲୁରି ନାୟକ ବୃକ୍ଷରୋପଣ ପାଇଁ୩୫ଟି ଗାତ ଖୋଳି ବାଉଁଶ ଦ୍ବାରା ବାଡ଼ ପ୍ରସ୍ତୁତ କରିଥିଲେ ।ଶିକ୍ଷୟିତ୍ରୀ
ଶୈବାଳିକା ମଲ୍ଲିକ,ସ୍ମିତାସିନ୍ଧୁ ମହାପାତ୍ର,ଚିତ୍ତରଞ୍ଜନ  ବାରିକ,
ସମ୍ବିତ କେଦାର କର ଓ ସ୍ନେହଲତାପାଇକରାୟଙ୍କ ସହଯୋଗରେ ଦେବଦାରୁ,ହରିଡା,ବାହାଡ଼ା ,ଅଁଳା, ଅଶୋକ,କରଞ୍ଜ, ଲେମ୍ବୁ,ସଜନା, ଜାମୁ ସମେତ ଟଗର,ଗୋଲାପ, ମନ୍ଦାର, ମଲ୍ଲି ଆଦି ପୁଷ୍ପ ଚାରା ରୋପଣ କରାଯାଇଥିଲା ।ବୃକ୍ଷରୋପଣଉପରେ ବିଦ୍ୟାର୍ଥୀମାନଙ୍କୁ ସଚେତନକରିବାକୁ ସଭାପତି ଶ୍ରୀ ସ୍ୱାଇଁଙ୍କ ରଚନା ଓ ନିର୍ଦ୍ଦେଶନାରେ ୧୧ ଜଣଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ନାଟକ
ପ୍ରଦର୍ଶିତ ହୋଇଥିଲା । ଶିକ୍ଷୟିତ୍ରୀ ସ୍ରୋତାଲିନିସାହୁ,ସୌଦାମିନୀ ପରିଡ଼ା ଓ ଶିକ୍ଷକ ପ୍ରମୋଦ କୁମାରସାହୁ ବିଚାରକ ଭାବେ ଶ୍ରାବଣୀ
ବାରିକଙ୍କୁ  ପ୍ରଥମ,ସୀମାରାଣୀ ସାହୁଙ୍କୁ ୨ୟ ଓ ରାକେଶ କୁମାରସାହୁଙ୍କୁ ତୃତୀୟ ପ୍ରତିଯୋଗୀ ରୂପେଚୟନ କରିଥଲେ ।ଶିକ୍ଷକ ବିଚିତ୍ରକୁମାର ଘଡେ଼ଇ ଧନ୍ୟବାଦ ଅର୍ପଣକରିଥିଲେ । 
ରିପୋର୍ଟ -ନିଳାଦ୍ରୀ ଭୂଷଣ ଗଡ଼ନାୟକ ( ଖୋର୍ଦ୍ଧା)


Post a Comment

0 Comments