Recent

6/recent/ticker-posts

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପଛପଟୁ ହୋଇଥିଲା ଆକ୍ରମଣ: ଛାତିରେ ଗୁଳି ବାଜି ଟଳିପଡ଼ିଥିଲେ ସିଞ୍ଜୋ.

 
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଛି ଆକ୍ରମଣ । ଏକ ଜନସଭାକୁ ସମ୍ବୋଧନ ସମୟରେ ଗୁଳିମାଡର ଶିକାର ହୋଇଛନ୍ତି ସିଞ୍ଜୋ । ପଶ୍ଚିମ ଜାପାନର ନାରା ସହରରେ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ତାଙ୍କ ଛାତିରେ ଗୁଳି ବାଜିଥିବାରୁ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଞ୍ଜୋଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ବେଳେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ସିଞ୍ଜୋ ଭାଷଣ ଦେଉଥିବା ବେଳେ ତାଙ୍କୁ ପଛପଟୁ ଆକ୍ରମଣ ହୋଇଛି । ଗୁଳି ଲାଗିବା ପରେ ସିଞ୍ଜୋଙ୍କୁ ହାର୍ଟଆଟାକ୍ ଆସିଥିଲା । ଅବଶ୍ୟ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ପୋଲିସ । ସିଞ୍ଚୋଙ୍କ ଉପରେ କାହିଁକି ଗୁଳିମାଡ଼ ହୋଇଛି, ସେନେଇ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗୁଳିମାଡ଼ ପରେ ସିଞ୍ଜୋ ତଳେ ପଡିଯାଇଥିଲେ । ଆକ୍ରମଣର ଭିଡିଓ ଏବେ ସାମ୍ନାକୁ ଆସିଛି । କିନ୍ତୁ ଲୋକମାନେ ଏତେତେଣେ ଦୌଡ଼ୁଥିବାରୁ ଏତେ ସ୍ପଷ୍ଟ ଦେଖାଯାଉନାହିଁ ।

Post a Comment

0 Comments