Recent

6/recent/ticker-posts

ରାଗିଂ ବିରୋଧରେ ଏବିଭିପି ପକ୍ଷରୁ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ

ପଟ୍ଟାମୁଣ୍ଡାଇ: ବହୁଚର୍ଚିତ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ର ସଠିକ୍ ତଦନ୍ତ ଦାବି ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ୍ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଦିନ ମାନଙ୍କରେ ରାଜ୍ୟ ସରକାର ଙ୍କ ତରଫରୁ ଶିକ୍ଷାନୁଷ୍ଠାନରେ ରାଗିଂ ସମ୍ବନ୍ଧୀୟ ବିଭିନ୍ନ ନୀତି ଆପଣେଇ ଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ନ ରହି ସଠିକ୍ ଲାଗୁ ଆବଶ୍ୟକ ରହିଛି ବୋଲି ସଂଗଠନ ଦାବି କରିଛି। ଏହି ବିକ୍ଷୋଭରେ ଜିଲ୍ଲା ସଂଯୋଜକ ଚିନ୍ମୟ କୁମାର ଦାସ, ଜିଲ୍ଲା ସଂଗଠନ ସମ୍ପାଦକ ଯୁଧିଷ୍ଠିର ବେହେରା, ଆନନ୍ଦ କୁମାର ସୁବୁଦ୍ଧି, ମନୋରଞ୍ଜନ ମିଶ୍ର, ରାହୁଲ ପ୍ରଧାନ,ନିଗମ ଦାସ, ଅର୍ଚ୍ଚନା ଦାସ, ଶମିତା ଦାସ, ସାଗରିକା ନାୟକ, ଲିସା ରାଣୀ ପାତ୍ର ଏବଂ ଅନ୍ଯାନ୍ଯ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ଲକ୍ଷ୍ମୀପ୍ରିୟା ରାଉତ (ପଟ୍ଟାମୁଣ୍ଡାଇ) 

Post a Comment

0 Comments