ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍ କାକଟପୁର ଥାନା ଅଧୀନ ସାଇ ମେଡିକାଲ ନିକଟରେ ଚଢ଼ାଉକରି ପ୍ରଫୁଲ୍ଲ କୁମାର ମିଶ୍ର(୪୯)ଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୦ ଗ୍ରାମ ଧଳା ଜହର ଜବତ କରିଛନ୍ତି।
ନିମାପଡା ଅବକାରୀ ଥାନା ପକ୍ଷରୁ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ନିମାପଡା ଉପ- କାରାଗାରକୁ ପଠାଯାଇ ଦିଆଯାଇଛି । ଜବତ ଧଳା ଜହରର ମୂଲ୍ୟ ପ୍ରାୟ ୧୧,୦୦୦୦୦/ଟଙ୍କାରୁ ଅଧିକ ହେବ। ଏହି ଚଢଉରେ ଅବକାରୀ ଏଏସଆଇ ପୂର୍ଣ୍ଣ ଚନ୍ଦ୍ର ନାଏକ, ପ୍ରଦୀପ୍ତ କୁମାର ପଣ୍ଡା, ଶେଖ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ କର୍ମଚାରୀ ସାମିଲ ଥିଲେ।


0 Comments