ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ୧୭୧ ରନ୍ ଟାର୍ଗେଟ୍ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ମାତ୍ର ୧୨୧ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା। ଫଳରେ ଏଜବେଷ୍ଟନ ମ୍ୟାଚ୍ରେ ଭାରତ ୪୯ ରନ୍ରେ ମ୍ୟାଚ୍ ଜିତି ସିରିଜ୍ରେ ୨-୦ରେ ଆଗୁଆ ରହିଛି। ଏହା ପୂର୍ବରୁ ସାଉଥଅମ୍ପଟନରେ ମଧ୍ୟ ଟିମ ଇଣ୍ଡିଆ ଇଂଲଣ୍ଡକୁ ୫୦ ରନ୍ରେ ହରାଇଥିଲା।
ଗତକାଲିର ମ୍ୟାଚ୍ରେ ଟିମ୍ ଇଣ୍ଡିଆର ୧୭୧ ରନ୍ ଟାର୍ଗେଟ୍କୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ଦଳର ଓପନିଂ ଯୋଡି ବଡ ରନ୍ କରିବାର ଅସଫଳ ହେବା ସହ ଆଉଟ ହୋଇଯାଇଥିଲେ। ଇଂଲଣ୍ଡ ପକ୍ଷରୁ ମୋଏନ ଅଲ୍ଲୀ ସର୍ବାଧିକ ୩୫ ରନ୍ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଜସ ବଟଲର ଓ ଜେସନ ରୟଙ୍କୁ ଆଉଟ କରିଦେଇଥିଲେ।
ଭୁବନେଶ୍ୱର କୁମାର ସର୍ବାଧିକ ୩ଟି ୱେକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ ୨-୨ ୱିକେଟ୍ ନେଇଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହାକୁ ମିଶାଇ ଲଗାତର ୧୪ ମୁକାବିଲା ଜିତିଲାଣି ଟିମ୍ ଇଣ୍ଡିଆ।


0 Comments