Recent

6/recent/ticker-posts

ଡେଲାଙ୍ଗ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

 ଡେଲାଙ୍ଗ:- ବିଜୁ ଯୁବ ଓ ଛାତ୍ର ଜନତା ଦଳର ବୃକ୍ଷ ରୋପଣ ଡେଲାଙ୍ଗ 



: ଗୋଟିଏ ଗଛ କୋଟିଏ ଜୀବନ ଆନୁକୁଲ୍ୟରେ ବିଜୁ ଜନତା ଦଳର ୨୫ ତମ ବର୍ଷ ପୁର୍ଭି ଉପଲକ୍ଷେ ଡେଲାଙ୍ଗ ବ୍ଲକ୍‌ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଡେଲାଙ୍ଗ କୋଠବାଡ ଓ ଚାଇଁପୁର ପଞ୍ଚାୟତରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ରୁଦ୍ରପ୍ରତାପ ମହାରଥ୍ ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ , ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ , ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁ , ପୁରୀ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜେଶ ରଥ , କୋଠବାଡ ପଞ୍ଚାୟତ ସରପଞ୍ଚ ଦିପକ ସାହୁ , ଚାଇଁପୁର ପଞ୍ଚାୟତ ସରପଞ୍ଚ ଜୟନ୍ତୀ ବରାଳ , ସମିତିସଭ୍ୟା ମଞ୍ଜୁଲତା ହାତୀ , ପୁର୍ବତନ ଯୁବ ବିଜେଡି ସଭାପତି ତଥା ରଂଚ ସମିତିସଭ୍ୟ ପ୍ରଭାତ କୁମାର ଜେନା , ଡେଲାଙ୍ଗ ବ୍ଲକ ଯୁବ ସଭାପତି ସୌମ୍ୟ ରଞ୍ଜନ ରାଉତ , ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।

ରିପୋର୍ଟ :- ହିମାଂଶୁ ମହାପାତ୍ର 

Post a Comment

1 Comments

  1. ରୁଦ୍ର ବାବୁ ସମୀର ବାବୁଙ୍କ ନିର୍ଦେଶ ରେ ଆପଣ କେତେ ସହମତ , ଜଣାନ୍ତୁ

    ReplyDelete