Recent

6/recent/ticker-posts

ରକ୍ତ ଦାନ ସଙ୍ଗଠନ କେନ୍ଦ୍ରାପଡ଼ା ର ଦ୍ଵିତୀୟ ବାର୍ଷିକ ଉତ୍ସବ ରେ ରକ୍ତ ଦାନ ଶିବିର।



କେନ୍ଦ୍ରାପଡ଼ା: ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ ଜନ୍ମ ଭୂମି ଅଯୋଧ୍ୟା  ରେ  ମନ୍ଦିର ଭୂମି ପୂଜନ ଦିବସ ଓ ରକ୍ତ ଦାନ ସଙ୍ଗଠନ କେନ୍ଦ୍ରାପଡ଼ା ର ପ୍ରତିଷ୍ଠା ଦିବସ   ଅବସର ରେ  ଦାନ ସଙ୍ଗଠନ ପକ୍ଷରୁ ଏକ ରକ୍ତ ଦାତଦାନ ଶିବିର କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ରେ   ଥାଲାସେମିଆ ରେ ପୀଡ଼ିତ କୁନି କୁନି ପିଲା ମାନଙ୍କ କର କମଳ ରେ  ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି।
  ଏହି ରକ୍ତଦାନ ସଙ୍ଗଠନ ଦୁଇ ବର୍ଷ ପୂର୍ବେ  ୨୦୨୦ ମସିହା ଅଗଷ୍ଟ ୫ ତାରିଖ ଠାରୁ  ଏହି ସଙ୍ଗଠନ କରୋନା ମହାମାରୀ ସମୟରେ ସମାଜ କୁ  ସଚେତନ କରାଇବା ସହ ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ ଓ  ଅନେକ  ସେବା କାର୍ଯ୍ୟ କରିବା ସହିତ ରକ୍ତର ଅଭାବ ପୂରଣ କରିବା ପାଇଁ ଅନେକ ସାମାଜିକ ସଂଗଠନ ମାନଙ୍କ ମାଧ୍ୟମ ରେ  ରକ୍ତ ର ସମସ୍ୟା ଦୂର କରି ଆସୁଛନ୍ତି ।
 ଏହି ସଙ୍ଗଠନ ର ମୂଳ ଲକ୍ଷ୍ୟ  ସମାଜରେ ଯେଉଁଭଳି ରକ୍ତର ସଙ୍କଟ ଦେଖାଯାଉଛି ଏହାର ଦୁରି କରଣ କରିବା।   ପ୍ରତେକ ଜରୁରୀ କାଳୀନ ରକ୍ତ ଅଭାବ ସମୟ ରେ ରକ୍ତ ଦାନ କରିବା ସହ ଆଜି ମଧ୍ୟ ରକ୍ତ ଦାନ ଶିବିର ରେ ୧୧ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗୃହୀତ କରାଯିବା ସହ ଚିକିତ୍ସାଳୟ ରେ ଉପସ୍ଥିତ ଥିବା ସମସ୍ତ ଥାଲାସେମିଆ ପିଲାମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରାଇଥିଲେ ।

  ସଙ୍ଗଠନ ର କର୍ମ କର୍ତ୍ତା ମାନେ ସମାଜକୁ  ଏକ ନିଆରା ସଚେତନ ବାର୍ତ୍ତା  ଦେଇଛନ୍ତି କି, ସମଜରେ ଯେଉଁ ଭଳି ରକ୍ତର ଅଭାବ ଦେଖାଯାଉଛି ଆମେ ସମସ୍ତେ ଚାହିଁଲେ ଏ ସମସ୍ୟା କୁ ସମାଧାନ କରି ପାରିବା ଆସନ୍ତୁ ଆମେ ସମସ୍ତେ ନିଜ ଅଞ୍ଚଳ ର  ଚିକିତ୍ସାଳୟ ରେ ରକ୍ତ ର ସମସ୍ୟା ସମୟ ରେ   ରକ୍ତଦାନ କରିବା ଆମ ସମ୍ପର୍କୀୟ ଯୁବ ପୀଢ଼ି ର ସାଙ୍ଗ ସାଥି ମାନଙ୍କୁ  ରକ୍ତଦାନ କରାଇବା  ସହିତ ଯୁବ ସମାଜକୁ ସଚେତନ କରାଇବା  ଆମେ ରକ୍ତଦାନ କରିବା। ଆମର ଗୋଟିଏ ବୁନ୍ଦା ରକ୍ତରେ ଅନ୍ୟର ଜୀବନ ବଞ୍ଚିବ। ଏପରି ଆହ୍ଵାନ ଦେଇଛନ୍ତି 
ରକ୍ତ ଦାନ ସଂଗଠନ ର କାର୍ଯ୍ୟ କର୍ତ୍ତା ମାନେ।

ଏଭଳି ପ୍ରୟାସ ସାଧାରଣ ରେ ବହୁ ପ୍ରଶଂସନୀୟ 
ଆମ ସାରା ଦୁନିଆ ନ୍ୟୁଜ୍ ତରଫରୁ ରକ୍ତଦାନ ସଙ୍ଗଠନ ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଶୁଭେଚ୍ଛା 
ଜଣାଉଛୁ ।
ରିପୋର୍ଟ - ବିଶ୍ୱଜିତ୍ ସୂତାର (କେନ୍ଦ୍ରାପଡ଼ା)

Post a Comment

0 Comments