Recent

6/recent/ticker-posts

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ।

ବରଗଡ:ଗାଇସିଲାଟ ବ୍ଲକ ସାନ ସାହାଜବାହାଲ ଗାଁ ରେ ବଚସାକୁ ନେଇ ହତ୍ୟାକାଣ୍ଡ । ବଲାଙ୍ଗୀର ଜିଲ୍ଲା ଗଭରା ଗାଁର ଶୁକ୍ରୁ ବରିହା ଓ ଅନ୍ୟ ଚାରି ଜଣ ଯୁବକ ବରଗଡ ଜିଲ୍ଲାକୁ କାମ କରିବାକୁ ଯାଇଥିଲେ । ଗତ ତିରିଶ ତାରିଖରେ ସେମାନେ ବରଗଡ ସାନ ସାହାଜବାହାଲ ଗାଁରେ ପହଁଚି ଥିଲେ । ଏହା ଭିତରେ ଶୁକ୍ରୁ ବରିହା ଗାଁ ବାହାରକୁ ଯାଇଥିଲା । ସେହି ଗାଁର ସୁରେଶ ସା କାଠ ହାଣୁଥିବା ବେଳେ ଶୁକ୍ରୁ ସହ ତାହାର ବଚସା ହୋଇଥିଲା । ଶୁକ୍ରୁ ସୁରେଶକୁ କାଠ ଫିଳିଆରେ ଆକ୍ରମଣ କରିଥିବା ବେଳେ ସୁରେଶ କାଠ ହାଣିଥିବା କୁରାଢୀରେ ଶୁକ୍ରୁ ବରିହାକୁ ଆକ୍ରମଣ କରିଥିଲା । ଫଳରେ ଶୁକ୍ରୁ ଗଭୀର ଭାବେ ଆହତ ହୋଇଥିଲା । ସାନସାହାଜ ବାହାଲ ଓ ବାବେବାହାଲ ଗାଁ ମଝିରେ ଥିବା ଗୋବର୍ଦ୍ଧନ ମାଝିଙ୍କ ବିଲରୁ ପୋଲିସ ଶୁକ୍ରୁ ବରିହାର ରକ୍ତାକ୍ତ ଶରୀରକୁ ଠାବ କରିଥିଲା । ଶୁକ୍ରୁକୁ ପଦ୍ମପୁର ଓ ପରେ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶୁକ୍ରୁ ବରିହାର ବାପା ଚନ୍ଦ୍ର ଶେଖର ବରିହାର ଅଭିଯୋଗ ଆଧାରରେ ଗାଇସିଲାଟ ଥାନା ଅଧିକାରୀ ବୀରବର ଭଗତ୍ ତଦନ୍ତ କରି ସୁରେଶ ସା ବିରୋଧରେ ଏକ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢୀ ଜବତ୍ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ରିପୋର୍ଟ- ଶୁଭ ରଂଜନ ତ୍ରିପାଠୀ (ଗାଇସିଲାଟ)

Post a Comment

0 Comments