ସାକ୍ଷୀଗୋପାଳ - ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବାସୁକେରା ଗ୍ରାମ ରେ ଥିବା ସରସ୍ବତୀ ବିଦ୍ୟ ମନ୍ଦିର, ସାକ୍ଷୀଗୋପାଳ ପରିସରରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଭାରତ ମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ l ଅନୁଷ୍ଠାନ ର ଛାତ୍ର ମନେ ବସୁକେରା ଗ୍ରାମ ର ରେଳଫାଟକ ଠାରୁ ବିଧାୟକ ଙ୍କୁ ସ୍ୱାଗତ କରିନେଇଥିଲ ।ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଜୟନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ସଭାକାର୍ଯ୍ୟ ।ସମ୍ମାନିତ ଅତିଥି ରୂପେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା ଓ ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
ଏହି ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ A1 ହୋଇଥିବା ୮ ଜଣ, ଛାତ୍ର ଛାତ୍ରୀ A2 ହୋଇଥିବା ୧୮ ଜଣ, ସରକାରୀ ବୃତ୍ତି, ଗ୍ରାମାଞ୍ଚଳ ମେଧାବୃତ୍ତି ଓ ପଠାଣି ସାମନ୍ତ ମେଧାବୃତ୍ତି ପାଇଥିବା ପାଇଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଉତ୍ତରୀୟ, ଫୁଲ ତୋଡ଼ା ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ବିଦ୍ୟାଳୟ ର ବଡ଼ ସମ୍ପତି ଓ ବିଦ୍ୟାଳୟ ର ଗୌରବ ଓ ସେମାନଙ୍କୁ ଶିକ୍ଷା ଦାନ କରୁଥିବା ଗୁରୁଜୀ ଗୁରୁମା ମାନଙ୍କ ର ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ପ୍ରତିବର୍ଷ ଏହି ଅନୁଷ୍ଠାନ ଭଲ ଫଳାଫଳ ଆଣିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରତିନିଧି ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ। ଅନୁଷ୍ଠାନ ସହିତ ସବୁବେଳ ଜଡିତରହି ଏହି ଅନୁଷ୍ଠାନ କୁ ସତ୍ୟବାଦୀରେ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପରିଣତ କରିବା ପାଇଁମୁଖ୍ୟ ଅତିଥି ଓ ସଂମାନିତ ଅତିଥି ମତ ରଖିଥିଲେ।
ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରତିନିଧି ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.
ରିପୋର୍ଟ- ପୁର୍ଣାନନ୍ଦ ଟ୍ରିଫାଠି (ସାକ୍ଷୀଗୋପାଳ)


0 Comments