ସାକ୍ଷୀଗୋପାଳ - ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଇଫେକୋ ସହାୟତାରେ ପୋଷଣ ଅଭିଯାନ ପାଳିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ . ସଞ୍ଜୟ କୁମାର ମହାନ୍ତି ଯୋଗ ଦେଇ ଚାଷୀ ମାନଙ୍କର ଆୟ କିପରି ଦୁଇଗୁଣ କରାଯାଇ ପାରିବ ସହିତ ପୋଷକତତ୍ବର ଆବଶ୍ୟକତାକୁ ପୂରଣ କରିବା ଏବେ କୃଷି ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି ଡ . ମହାନ୍ତି କହିଥିଲେ । ଅନୁଷ୍ଠିତ ସଭାରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଚାଷୀମାନେ ଯୋଗ ଦେଇଥିଲେ । ପୋଷଣ ସମ୍ପର୍କରେ ସୂଚନା ଓ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା । ପୋଷଣ ଦୂର କରିବା ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସାର ସମ୍ବନ୍ଦରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ଚାଷୀ ମାନଙ୍କୁ ବିଭିନ୍ନ ପନିପରିବା ମଞ୍ଜି ପ୍ୟାକେଟ ସହିତ ଆମ୍ବ , ପିଜୁଳି , ସଜନା , ଅମୃତଭଣ୍ଡା ଚାରା ବଣ୍ଟନ କରାଯାଇଥିଲା । ସଭାରେ ବୈଜ୍ଞାନିକ ଡ . ସୁମିତା ଆଚାର୍ଯ୍ୟ ( ଗ୍ୟହ ବିଜ୍ଞାନୀ , ଡ . ଅମ୍ବିକା ପ୍ରସାଦ ନାୟକ ମତ୍ସ୍ୟ ବିଜ୍ଞାନୀ , ଡ . ଦୀପାଶିକା ପରମଜିତା କୃଷିଯନ୍ତ୍ରପାତିସୋନୀତା ରାଣୀ ସେଠୀ କୃଷି ସମ୍ପସାରଣ , ଡ . ମଞ୍ଜୁଳା ତ୍ରିପାଠୀ , ମୁଖ୍ୟ ଉପଉଦ୍ୟାନ କୃଷି ବିଭାଗ , ସୁବାସ ଚନ୍ଦ୍ର ଜେନା କ୍ଷେତ୍ର ନିରୀକ୍ଷକ ଇଫୋକ , ଡ , ଜ୍ଞନେ ରଞ୍ଜନ ମିଶ୍ର ମଣ୍ଡଳ ପଶୁ ସମ୍ପଦ ବିଭାଗ ସତ୍ୟବାଦୀ , ସସ୍ମିତା ମହାନ୍ତି ସହାୟକ କୃଷି ଅଧିକାରିଣୀ ସାକ୍ଷୀଗୋପାଳ ଓ ସୁପିୟା ସୁବୁଧୂ ଆଇସିଡିଏସ ସତ୍ୟବାଦୀ ପ୍ରମୁଖ ଉପସ୍ଥିତ ରହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ରିପୋର୍ଟ (ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ ସାରାଦୁନିଆ ନ୍ୟୁଜ)


0 Comments