ଡେଲାଙ୍ଗ --- ରାଜ୍ୟ ବାଣିଜ୍ୟ ଓ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ପରସରରେ ଅଭ୍ୟର୍ଥନା କକ୍ଷ ରେ ଦ୍ୱିତୀୟ ପର୍ଯ୍ୟାୟ " ରକ୍ଷକ " ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାସ୍ତାକଡ ଦୋକାନି , ଗାଡି ଚାଳକ ଓ ପୋଲିସ୍ କର୍ମଚାରୀ ମାନଙ୍କୁ ଦୁର୍ଘଟଣା ସମୟରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିର ରକ୍ତସ୍ରାବ ପରିଚାଳନା , ଆବଶ୍ୟକ ସ୍ବାସ୍ଥ୍ୟଗତ ପ୍ରାଥମିକ ଉପଚାର ଓ ଦୁର୍ଘଟଣା ଜନିତ ସରକାରଙ୍କ ବିଦ୍ଧିବ୍ୟବସ୍ଥା ସମ୍ପର୍କରେ ପରିବହନ ବିଭାଗ ତରଫରୁ ରକ୍ଷକ ତାଲିମ ପ୍ରଶିକ୍ଷକ ଅଧ୍ୟାପକ ତ୍ରିନାଥ ପରିଡା ସବିଶେଷ ତାଲିମ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥ୍ ଭାବରେ ଜିଲ୍ଲା ମୋଟର ଯାନ ନିରୀକ୍ଷକ ବାମଦେବ ସାହୁ ଯୋଗ ଦେଇଥିଲାବେଳେ ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ସହକାରୀ ମୋଟର ଯାନ ନିରୀକ୍ଷକ ଅମିତ କୁମାର ରଣା ଓ ଡେଲାଙ୍ଗ ଥାନାଧିକାରୀ ଅନିଲ୍ କୁମାର ମହାନ୍ତି ଯୋଗଦେଇଥିଲେ । ରକ୍ଷକ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଓ ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଟ ଡେଲାଙ୍ଗ ଫାଣ୍ଡି ଅଧୂକାରୀ ଧନପତି ପିଙ୍ଗ , ସବ୍ ଇନିଷପେକ୍ଟର ପ୍ରଭୃପାଦ ବିଶ୍ବାଳ ପ୍ରମୂଖ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜନସାଧାରଣଙ୍କୁ ରାସ୍ତାନିରାପତ୍ତା ର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ । ଡେଲାଙ୍ଗ ଥାନା ର ସମସ୍ତ କର୍ମଚାରୀ , ଦୋକାନୀଓ ଗାଡି ଚାଳକ ମାନେ ଏହିତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅନେକ ତଥ୍ୟ ଓ କୌଶଳ ଶିକ୍ଷାଲାଭ କରିଥିଲେ । ଆୟୋଜକ ଡେଲାଙ୍ଗ ଥାନାଧୂକାରୀ , ଜିଲ୍ଲା ପରିବହନ ବିଭାଗ , ରାଜ୍ୟ ରେଡକ୍ରସ୍ ଓ ପ୍ରଶିକ୍ଷକ ଙ୍କୁ ଧନ୍ୟବାଦ ସହିତ ଦୁର୍ଘଟଣା ଗ୍ରସ୍ତ ଅକୁଣ୍ଠ ରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ଶପଥ ନେଇଥିଲେ ।ରିପୋର୍ଟ (ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ ସାରାଦୁନିଆ ନ୍ୟୁଜ)
0 Comments