Recent

6/recent/ticker-posts

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ଔଷଧ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଅଛି। ଭାରତକୁ ଏକ ଉତ୍ପାଦନ ହବ୍‌ କରିବା ପାଇଁ ପ୍ରୟାସ କରୁଛି। ତେବେ ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ୧୦ଟି ବଡ଼ କଥା କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…_

୧. ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କରୋନା ମହାମାରୀକୁ ଦୂର କରୁଛି। କରୋନା ଏବଂ ୟୁକ୍ରେନ ସଙ୍କଟ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ସୃଷ୍ଟି କରିଛି। ଆମେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବାକୁ ଚାହୁଁଛ।_

୨. ଆମେ ଲୋକମାନଙ୍କୁ କେନ୍ଦ୍ରିତ ବିକାଶ ମଡେଲ ଉପରେ ଧ୍ୟାନ ଦେଉଛୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ନବସୃଜନକୁ ସମର୍ଥନ କରୁଛୁ। ଆଜି ଆମ ଦେଶରେ ୭୦୦୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ ଏବଂ୧୦୦ରୁ ଅଧିକ ୟୁନିକର୍ନ ଅଛି।_

୩. ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମୁଁ ଖୁସି ଯେ ଆମର ଅର୍ଥନୀତି ଦୁନିଆର ସବୁଠୁ ବଡ଼।_

୪. ଭାରତର ସଫଳତାର କାହାଣୀରୁ ଧାରଣା ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ ଅନ୍ୟ ଏସ୍‌ସିଓ ସଦସ୍ୟ ଦେଶମାନଙ୍କୁ ନିଜ ଉଦ୍ୟମରେ ସାହାଯ୍ୟ କରିବ।_

୫. ଭାରତ ଆଜି ବିଶ୍ୱର ଚିକିତ୍ସା ଏବଂ ସ୍ବାସ୍ଥ୍ୟ ପର୍ଯ୍ୟଟନ ପାଇଁ ସବୁଠାରୁ ସୁଲଭ ସ୍ଥାନ ଅଟେ। ଏପ୍ରିଲ ୨୦୨୨ରେ ଗୁଜୁରାଟରେ ଡବ୍ଲୁଏଚ୍‌ଓ ଗ୍ଲୋବାଲ ସେଣ୍ଟର ଫର୍‌ ଟ୍ରାଡିଶନାଲ ମେଡିସିନ ଉଦ୍‌ଘାଟନ ହୋଇଥିଲା।_

୬. ବିଶ୍ୱ ଆଜି ଆଉ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି। ଆମ ନାଗରିକଙ୍କ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଆମର ବଡ଼ ଦାୟିତ୍ୱ। ଏହି ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଚାଷକୁ ପ୍ରୋତ୍ସାହିତ କରିବା।_

୭. ବିଶ୍ୱର ଅନେକ ସ୍ଥାନରେ ହଜାର ହଜାର ବର୍ଷ ଧରି ଏହା ଚାଷ କରାଯାଉଛି। ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଏହା ଏକ ପାରମ୍ପାରିକ, ପୁଷ୍ଟିକର ଏବଂ ସ୍ବଳ୍ପ ମୂଲ୍ୟର ବିକଳ୍ପ।_

୮. ୨୦୨୩ ବର୍ଷକୁ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ବର୍ଷ ଭାବରେ ପାଳନ କରାଯିବ। ଆମେ ଏସ୍‌ସିଓ ଅଧୀନରେ ଏକ ‘ମିଲେଟ ଫୁଡ୍‌ ଫେଷ୍ଟିଭାଲ’ ଆୟୋଜନ କରିବାକୁ ଚିନ୍ତା କରିବୁ।_

୯, ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସମେତ ସାଂଘାଇ ସହଯୋଗ ସଂଗଠନର ଅନ୍ୟ ସଦସ୍ୟଙ୍କ ସହ ଅଂଶଗ୍ରହଣ କରିଛନ୍ତି।_

୧୦. ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।_

                    (SARADUNIA NEWS)

Post a Comment

0 Comments