ଏଥିରେ କୁଆଡ଼େ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।_
ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଥିଲା। ଏବେ କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି।_
ଟ୍ରେଲର ଅନୁସାରେ ଥ୍ୟାଙ୍କ ଗଡ୍ରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦର୍ଶାଯାଇଛି। ତେଣୁ ଏହାକୁ ହିନ୍ଦୁ ଜନଜାଗୃତି ସମିତି କର୍ଣ୍ଣାଟକାରେ ବ୍ୟାନ କରିବାକୁ କହିଛି। ସମିତ ମୁଖପାତ୍ର ମୋହନ ଗୌଡ଼ା କହିଛନ୍ତି, "ଟ୍ରେଲରେ ଅଭିନେତାମାନେ ହିନ୍ଦୁ ଭଗବାନକୁ ତାଚ୍ଛଲ୍ୟ କରିଛନ୍ତି। ବାକ ସ୍ୱାଧୀନତା ନାଁରେ ଆମେ କେବେ ହେଲେ ହିନ୍ଦୁ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଏପରି ଅପମାନିତ କରିବାକୁ ଦେବୁ ନାହିଁ। ଟ୍ରେଲର ରିଲିଜ ହେବା ଯାଏ କ'ଣ ସେନସର ବୋର୍ଡ ଶୋଇଥିଲା? ଟ୍ରେଲରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରାଯାଇଛି। ଏହା ସମାନ୍ୟ ମାତ୍ର। ଆଗକୁ ଫିଲ୍ମରେ ମଧ୍ୟ ଅପରି ଅନେକ ଶବ୍ଦ ଓ ଡାଏଲଗ ରହିଥିବ। ହିନ୍ଦୁମାନଙ୍କ ଭଗବାନଙ୍କୁ ଏପରି ଅପମାନ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ। ତେଣୁ ଏହା ଉପରେ ବ୍ୟାନ ଲଗାଯିବା ଦରକାର।"_


0 Comments