ବର୍ଷ ବର୍ଷ ଧରି ରାଜଧାନୀବାସୀ ଓ ବାହାରୁ ଆସୁଥିବା ଲୋକଙ୍କ ମଟନ୍ ଖାଇବା ରୁଚିକୁ ପୂରଣ କରୁଥିବା କିଶୋର ଭାଇନା ମଟନ୍ ଦୋକାନ ମାଟିରେ ମିଶି ଯାଇଛି । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ନାଁ କରା ଦୋକାନ ଉପରେ ବୁଧବାର ରାତିରେ ଚଢ଼ାଉ କରିଥିଲା ବିଏମସି । ଅଭିଯୋଗ ଥିଲା, ନିମ୍ନମାନର ରଙ୍ଗ, ପୁରୁଣା ସସ୍ ବ୍ୟବହାର କରାଯାଉଛି । ଅସ୍ୱାସ୍ଥ୍ୟକର ପରିବେଶରେ ହୋଟେଲ ଚାଲିଛି । ହୋଟେଲ ପାଇଁ ନିର୍ଦ୍ଧାରିତ ଲାଇସେନ୍ସ ମଧ୍ୟ ନାହିଁ । ଖାଦ୍ୟର ମାନ ଯାଞ୍ଚ କରି ବୁଧବାର ରାତିରେ ଦୋକାନକୁ ସିଲ୍ କରିଥିଲା ବିଏମ୍ସି ।
SARADUNIA NEWS


0 Comments