କେହି କାହାରି ମୁହଁ ଚାହିଁନଥିଲେ । ଏହି ଦୃଶ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।_
ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗଲୱାନ ଘାଟିରେ ସଂଘର୍ଷ ପରେ ଏହି ବିବାଦ ବଢ଼ିଛି । ତେବେ ଉଭୟ ପକ୍ଷ କୂଟନୈତିକ ସ୍ତରରେ ଆଲୋଚନା ପରେ ଧୀରେ ଧୀରେ ସୀମାରୁ ସୈନ୍ୟ ଅପସାରଣ କରୁଛନ୍ତି । ନିକଟରେ ଗୋଗ୍ରା ଓ ହଟ ସ୍ପ୍ରିଗଂ ଅଞ୍ଚଳରୁ ଉଭୟ ଚୀନ ଓ ଭାରତର ସେନା ପଛକୁ ହଟିଛନ୍ତି । ତେବେ ଏବେ ବି କିଛି ଜାଗାରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ।_
ଏପଟେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କୁ ମଧ୍ୟ ମୋଦୀ ଆଦୌ ଗୁରୁତ୍ୱ ଦେଇନାହାଁନ୍ତି । ପୁଟିନଙ୍କ ସହ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ଇରାନ ରାଷ୍ଟ୍ରପତି ସାଭକତ ମର୍ଜିୟୋଭ୍ ଏବଂ ତୁର୍କୀ ରାଷ୍ଟ୍ରପତି ତାୟିପ୍ ଏର୍ଦୋକାନଙ୍କୁ ମଧ୍ୟ ପୃଥକ ଭାବେ ଭେଟିଛନ୍ତି । ତେବେ ୨୦୨୩ ଏସସିଓ ସମ୍ମିଳନୀ ଭାରତରେ ଆୟୋଜନ ହେବାକୁ ଥିବାରୁ ଏଥିପାଇଁ ମୋଦୀଙ୍କ ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତକୁ ଅଭିବାଦନ ଜଣାଇଛନ୍ତି ।_
SARADUNIA NEWS


0 Comments