ନୂଆଗାଁ : ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା, ନୂଆଗାଁ ବ୍ଲକ୍ ର ୨ ଥର ବ୍ଲକ୍ ଅଧ୍ୟକ୍ଷ,ଗୋପାଳ ସମାଜ ସଭାପତି ,ସମାଜ ସେବୀ,ପରୋପକାରୀ ବିଜୟ କୁମାର ନାୟକ ଙ୍କ ପରଲୋକ ହୋଇଛି।ସେ କିଛି ମାସ ହେବ ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ।ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ର ପରଲୋକ ହୋଇଛି।ଏହି ଖବର ମିଳିବା ପରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସ୍ଵର୍ଗତ ବିଜୟ କୁମାର ନାୟକ ଙ୍କ ପୋଡ଼ା ସାହି ଗ୍ରାମରେ ଥିବା ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ।
ବିଧାୟକ ଙ୍କ ସହ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଦଶପଲ୍ଲା ଏନ୍ ଏ ସି ଉପାଧ୍ୟକ୍ଷ ,ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ସାହୁ ଙ୍କ ସମେତ ନୂଆଗାଁ ଏବଂ ଦଶପଲ୍ଲା ବ୍ଲକ୍ ବିଜେଡ଼ି ର ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ରହି ଅମର ଆତ୍ମା ର ସଦ୍ ଗତି କାମନା କରିଥିଲେ।
ରିପୋର୍ଟ: ବର୍ଷା ନାଏକ (ନୂଆଗାଁ)


0 Comments