Recent

6/recent/ticker-posts

କର୍ଣ୍ଣାଟକ ଏନଆଇଟି ପକ୍ଷରୁ ଚାଷୀଙ୍କୁ ତାଲିମ ପ୍ରଦାନ




ଓଡିଶାର କୋରାପୁଟ ଜିଲ୍ଲାରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍ ଆଇଟି) କୃଷି ସମ୍ପର୍କିତ ବିଭିନ୍ନ ପ୍ରକାର ସଚେନତା କାର୍ଯ୍ୟକ୍ରମ ଏବଂ କୃଷି ତାଲିମର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏସୀୟ ବିକାଶ ବ୍ୟାଙ୍କ ସଂସ୍ଥା ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିବିଆଇର ଗବେଷକ ରାଜା ରାଜେନ୍ଦ୍ର ତିମିଲସିନା, ଏନ୍ ଆଇଟିର ପ୍ରଫେସର ଡ‌ଃ. ପ୍ରଦୋଷ ରଞ୍ଜନ ଜେନା ଏବଂ ରିସର୍ଚ୍ଚ ସ୍କୋଲାର ପୂର୍ଣ୍ଣଚନ୍ଦ୍ର ତନ୍ତି ବ୍ୟତିତ ଅନ୍ୟ ପ୍ରତିନିଧି ମାନଙ୍କ ସହିତ ବିଭିନ୍ନ ଗ୍ରାମ ଗୁଡିକରେ ଗସ୍ତ କରି ଚାଷୀ ମାନଙ୍କୁ ତାଲିମ ଦେବା ସହିତ ଚାଷ ସମ୍ପର୍କିତ ତଥ୍ୟ ସର୍ବେକ୍ଷଣ କରିଥିଲେ ।

କୋରାପୁଟ ଜିଲ୍ଲାର ୫ ଗୋଟି ବ୍ଲକ ତଥା ସେମିଳିଗୁଡା, ପଟ୍ଟାଙ୍ଗୀ, ନନ୍ଦପୁର, ଲମତାପୁଟ ଏବଂ ବୋରିଗୁମ୍ମା ବ୍ଲକର ୪୫୦ରୁ ଉର୍ଦ୍ଧ ଚାଷୀଙ୍କୁ ନେଇ ୧୪ ଦିନିଆ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା । ମୃତ୍ତିକା ପରୀକ୍ଷାର ମହତ୍ତ୍ଵ ସମ୍ପର୍କରେ ତାଲିମ ଦେଇ ଏହାର ସଠିକ ପରିଚାଳନା କରିବା ପଦ୍ଧତି ବିଷୟରେ ମଧ୍ୟ ଶିକ୍ଷା ପ୍ରଦାନ କରିଥିଲେ । ଭବିଷ୍ୟତର ଚାଷ ଜମିକୁ ଦୃଷ୍ଟିରେ ରଖି ଆଗାମୀ ଦିନର ଚାଷ ଜମି ପ୍ରତି ଯେମିତି କୁପ୍ରଭାବ ନ ପଡ଼େ ଏବଂ ନିୟମିତ ମୃତ୍ତିକା ପରୀକ୍ଷା କରି ଜମିରେ ସାରର ଆବଶ୍ୟକତା ଅନୁସାରେ ଚାଷୀ ମାନଙ୍କୁ ସାର ପ୍ରୟୋଗ ଅଭ୍ୟାସ କରାଇବା ଏସୀୟ ବିକାଶ ବ୍ୟାଙ୍କ ସଂସ୍ଥାର ମୂଳ ଲକ୍ଷ। ଜିଲ୍ଲା କୃଷି ବିଭାଗ ଏବଂ ସେମିଳିଗୁଡା ମୃତ୍ତିକା ପରୀକ୍ଷାଗାର ସହାୟତା କ୍ରମେ ଏହି ତାଲିମ କାର୍ଯ୍ୟକ୍ରମ ସଫଳ ହେବାରେ ସମ୍ଭବ ହୋଇପାରିଥିଲା । ପରିଶେଷରେ ତାଲିମଧାରୀ ଚାଷୀଙ୍କୁ ଉତ୍ସାହ ସ୍ୱରୂପ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ: ପ୍ରମୋଦ ତାଡି଼ଙ୍ଗି (କୋରାପୁଟ)


Post a Comment

0 Comments