ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସିଂହବ୍ରହ୍ମପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ନି ପୁର ଗ୍ରାମ ସନ୍ନିକଟ ଶିବମନ୍ଦିର ଠାରୁ ପ୍ରାୟ ୧୫୦୦ ମିଟର ଦୁରରେ ଚାଷ ଜମିକୁ ଲାଗି ଏକ ଆକାଶିଆ ବଗିଚା ରେ ପଡିରହିଛି ଏହି ଗଳିତ ପଚା ଶବ । ନିପୁର ଗ୍ରାମ ର ବିର ଭୋଇ ଛେଳି ଚରାଇବାକୁ ଯାଇଥିବା ସମୟରେ ଦୁର୍ଗନ୍ଧ ହେବାରୁ ଯାଇ ଦେଖିଥିଲେ ଏବଂ ଏକ ଗଳିତ ଶବ /ମଣିଷ କଙ୍କାଳ ଦେଖି ସଂଗେ ସଂଗେ ଡେଲାଙ୍ଗ ଥାନା କୁ ଖବର ଦେଇଥିଲେ । ସୂଚନା ଥାଉକି ଶବ ର ବୟସ ଆନୁମାନିକ ୨୮-୩୨ ବର୍ଷ ହେବ ଏବଂ ଶବ ପଡିଥିବା ସ୍ଥାନ ନିକଟରେ ଏକ ୩୩ କେଭି ବିଦ୍ୟୁତ ଟାୱାର ଖୁଣ୍ଟ ରହିଛି ।
ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ରିପୋର୍ଟ


0 Comments