Recent

6/recent/ticker-posts

ବିଏସକେୱାଇ ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା


 କୋରାପୁଟ: ତା ୧୪/୦୯/୨୨ ରିଖ ଦିନ - ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଏବଂ ଏହି ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରାଇବା ଉଦ୍ଦେଶ୍ୟରେ ଲୋକ ସଂଗଠନ ଲୋକ ବିକାଶ ମଂଚ, ମହିଳା ଲୋକ ବିକାଶ ମଂଚ ଏବଂ ସ୍ୱେଛାସେବୀ ସଂଗଠନ, ଅତ୍ମଶକ୍ତି ଟ୍ରଷ୍ଟର ପ୍ରତିନିଧିମାନେ ଜିଲ୍ଲାପାଳ ଶ୍ରୀ- ଅବଦଲ ଏମ ଅଖତରଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ଏହି ସାକ୍ଷାତ ସମୟରେ ସଂଗଠନ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ଵୟନର ସ୍ଥିତି ସମ୍ପର୍କିତ ସର୍ଭେ ରେପୋର୍ଟରେ ଆସିଥିବା ତଥ୍ୟ ସମ୍ପର୍କରେ ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କରାଇଥିଲେ ଏବଂ କୋରାପୁଟ ଜିଲ୍ଲାରେ ଏହି ଯୋଜନା ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।

ଏହି ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ଶ୍ରୀ- ମାନସ ସୌରଭ ବେହେରା, ନିତ୍ୟାନନ୍ଦ ଥନାପତି, ବିଧୂଭୁଷଣ ମହାପାତ୍ର, କୃଷ୍ଣ ଖିଲ, ଅର୍ଜୁନ ଶୁକ୍ରି ପ୍ରମୁଖ ସଦସ୍ୟ ଅଂଶ ଗ୍ରହଣ କରିବା ସହ ପ୍ରକାଶ କରିଥିଲେ କି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର ଏକ ଉତ୍ତମ ଯୋଜନା ଯାହାକି ଗ୍ରାମାଞ୍ଚଳ ଏବଂ ଗରିବ ଜନ ସାଧାରଣ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଏକ ଭଲ ମାଧ୍ୟମ । କିନ୍ତୁ ଆବଶ୍ୟକ ସଚେତନତାର ଅଭାବ ହିଁ ଏହାର ଅଗ୍ରଗତିରେ ବାଧା ସୃଷ୍ଟି କରୁଛି । ଏଣୁ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ରଖିଛନ୍ତି ।

ରିପୋର୍ଟ: ପ୍ରମୋଦ ତାଡି଼ଙ୍ଗି (କୋରାପୁଟ)

Post a Comment

0 Comments