ଯେତେବେଳେ ଯାତ୍ରୀ ଜଣଙ୍କ କହୁଛନ୍ତି ଯେ ବସରେ ଲୁଟେରା ରହିଛି ଗାଡି ଅଟକାଯାଉ, ସେତେବେଳେ ଗାଡିର କର୍ମଚାରୀ ଗାଡି ଅଟକାଉନାହାନ୍ତି । ସେହିଭଳି ଅନେକ ସମୟରେ କର୍ମଚାରୀ ମାନେ ନିଶାସେବନ କରି ଗାଡି ଚଳାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଅସାଧୁ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି । ଗୋଟିଏ ପଟେ ସ୍ମାର୍ଟ ସିଟି, ସ୍ମାର୍ଟ ବସ କହି ପୁରସ୍କାର ପାଉଥିବା ବେଳେ ବର୍ତ୍ତମାନ ଏଭଳି ଚିତ୍ର ନିହାତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ବସରେ ସିସିଟିଭି ଥାଇ ମଧ୍ୟ ଏହା ଲୋକଙ୍କ କାମରେ ଆସିପାରୁନାହିଁ । ବର୍ତ୍ତମାନ ଏନେଇ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ କରିଛନ୍ତି ଚୋରୀର ଶିକାର ବ୍ୟକ୍ତି ।_
ରାଜଧାନୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଚୋର, ଡକାୟତ, ନିଶା କାରବାର ବଢିଚାଲିଛି । ମୋ ବସ ମଧ୍ୟ ଚୋର, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । କମିଶନରେଟ ପୋଲିସ ବର୍ତ୍ତମାନ ଯଦି ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ଏଭଳି ସମସ୍ୟା ବଢିବାରେ ଲାଗିବ ।_


0 Comments