ମାଇକ୍ରୋସଫ୍ଟ ନିର୍ମାତା ଏକ ଏପରି ଟେକ୍ନୋଲୋଜି କଥା କହିଛନ୍ତି, ଯାହା ସ୍ମାର୍ଟଫୋନ୍କୁ ହଟେଇ ଦେଇପାରେ। ତାଙ୍କର କହିବା କଥା ହେଉଛି ଇଲେକ୍ଟ୍ରୋନିକ୍ସ ଟାଟୁ ଭବିଷ୍ୟତରେ ସ୍ମାର୍ଟଫୋନ୍ର ଜାଗା ନେଇପାରେ।_
ଆପଣ କେଉଁ ଚଳଚ୍ଚିତ୍ରରେ ହୁଏତ ଏପରି ଟାଟୁ ଦେଖିଥିବେ। ଟାଟୁ ନହେଲେ ଚିପ୍ ଦେଖିଥିବେ। ଏହି ଟାଟୁ ବା ଚିପ୍କୁ ଶରୀରରେ ବ୍ୟବହାର କରାଯାଏ। ବିଲ୍ ଗେଟ୍ସଙ୍କ ମାନିବା କଥା ହେଉଛି ଆଗାମୀ ଭବିଷ୍ୟତରେ ଆମେ ଇଲେକ୍ଟ୍ରୋନିକ୍ସ ଟାଟୁକୁ ଶରୀରରେ ଖୋଦେଇ ତାହା ଜରିଆରେ ଆମେ ସ୍ମାର୍ଟଫୋନ୍ର ସମସ୍ତ ଫିଚର ପାଇପାରିବା। ଫଳରେ ଆଉ ଆମକୁ ସ୍ମାର୍ଟଫୋନ୍ର ଆବଶ୍ୟକତା ପଡ଼ିବ ନାହିଁ।_
ସେ ଏହି କଳ୍ପନା ‘ଚାଓଟିକ୍ ମୁନ୍’ ଟାଟୁର ଆଧାରରେ କରିଛନ୍ତି। ଏହି କମ୍ପାନୀ ବାୟୋଟେକ୍ନୋଲୋଜି ଉପରେ ଆଧାରିତ ଟାଟୁ ବନାଏ। ଯାହାକି ମଣିଷର ଶରୀର ସଂପର୍କରେ ସୂଚନା ପ୍ରଦାନ କରେ। ଏବେ ଏହାର ବ୍ୟବହାର ଖେଳ ଓ ଡାକ୍ତରୀ କ୍ଷେତ୍ରରେ ହେଉଛି। ଆଗକୁ ଏହି ପରି ଟାଟୁ ଆହୁରି ବିକଶିତ ହେବ ବୋଲି ବିଲ୍ ଗେଟ୍ସ ଅନୁମାନ କରିଛନ୍ତି।_


0 Comments