ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ନୂଆସାହି ର ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଗଣେଶ ପୂଜା ଉପଲକ୍ଷେ କୁନି କୁନି କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳର ବିକାଶ କାର୍ଯ୍ୟ କିପରି ତ୍ୱରାନ୍ୱିତ ଚାଲିଛି ସେ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା,କ୍ଳବ୍ ର ସଭାପତି ଶରତ ସ୍ୱାଇଁ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ,ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ,ଦାଶରଥି ପ୍ରଧାନ,ବ୍ୟଙ୍ଗ କବି ପ୍ରଫୁଲ୍ଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ବାପୁଜୀ କ୍ଳବ୍ ର ସଦସ୍ୟ ଏବଂ ନୂଆଗାଁ ପଞ୍ଚାୟତ ର ବିଜେଡ଼ି କର୍ମୀ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ନୂଆଗାଁ ବଙ୍ଗଳା ଠାରୁ ଦଶପଲ୍ଲା ବିଧାୟକ ଙ୍କୁ ପାଛୋଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଜୟ ଜୟ ସ୍ଲୋଗାନ ଦେଇ ନୂଆଗାଁ ଗ୍ରାମ,ବଜାର ଅତିକ୍ରମ କରି ନୂଆସାହି ରେ ପହଞ୍ଚିଥିଲେ।ସେଠାରୁ ବିଧାୟକ ଙ୍କୁ ଉତ୍ତରୀୟ ,ଫୁଲତୋଡ଼ା ଦେଇ ସାଂସ୍କୃତିକ ମଞ୍ଚକୁ ପାଛୋଟି ନେଇଥିଲେ କ୍ଳବ୍ ର ସଦସ୍ୟ।
ରିପୋର୍ଟ: ବର୍ଷା ନାଏକ (ନୂଆଗାଁ)


0 Comments