ଡେଲାଙ୍ଗ:- ଗ୍ରାମ ରେ ବୁଲିଲା ଖଣ୍ଡା ଓ ଫାର୍ସା
ଛେଳି ଗଛ ଖାଇବାକୁ ନେଇ ଉତ୍ୟକ୍ତ ଲୋକଙ୍କ ହତ୍ୟା ଧମକ
ଡେଲାଙ୍ଗ ଥାନାରେ ଅଭିଯୋଗ ଆଣିଲେ ହରିଜନ ମହିଳା
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ଗ୍ରାମପଞ୍ଚାୟତ ର ଷଡାଙ୍ଗୋଇ ଉତ୍ତର ବାଡ଼ ଗ୍ରାମରେ ଥିବା ହରିଜନ ଲୋକମାନଙ୍କ ଛେଳି ପୋଖରୀ ହୁଡ଼ାରେ ଥିବା ଗଛ ଖାଇଦେବାରୁ କିଛି ଗ୍ରାମବାସୀ ଉତ୍ୟକ୍ତ ହୋଇ ହରିଜନ ବସ୍ତିରେ ଖଣ୍ଡା , ଭୁଜାଲି , ଧରି ମହିଳା ମାନଙ୍କୁ ହତ୍ୟା ଧମକ , ଅଶ୍ଳୀଳ ଭାଷାରେ ଗାଳିଗୁଲଜ , କିରସିନ ପକାଇ ଘର ପୋଡ଼ିଦେବା ଭଳି ଧମକ ଦେଇଥିଲେ । ଏ ନେଇ ୨୫ରୁ ଉର୍ଧ୍ଵ ମହିଳା ସରପଞ୍ଚ ଙ୍କ ପାଖକୁ ଯିବାରୁ ସରପଞ୍ଚ ତାଙ୍କୁ ଡେଲାଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଆଗକୁ ଦରକାର ପଡ଼ିଲେ ସାହାଯ୍ୟ କରିବେବୋଲି ମତ ରଖିଥିଲେ । ଏହାପରେ ମହିଳାମାନେ ଡେଲାଙ୍ଗ ଥାନା ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ଅନୀଲ କୁମାର ମହାନ୍ତି ଙ୍କୁ ସାକ୍ଷାତ କରି ଅଭିଯୁକ୍ତ ମାନଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ମହାନ୍ତି ଆଶ୍ୱାସନା ଦେଇଛନ୍ତି । ତେବେ ଅଭିଯୁକ୍ତ ମାନେ ହେଲେ :- ପ୍ରକାଶ ପରିଡା , ହାପି ପରିଡା , ଜଟ ପରିଡା , ତପନ ବେହେରା । ଏବେ ଦେଖିବାକୁ ବାକୀ ରହିଲା ଦଳିତ ହରିଜନ ମାନଙ୍କୁ ନ୍ୟାୟ କେବେ ମିଳିବ ।
ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ରିପୋର୍ଟ ସରଦୁନିଆ ନ୍ୟୁଜ


0 Comments