ଡେଲାଙ୍ଗ :ଜଳାତଙ୍କ ହେଉଛି ଏକ ଭୂତାଣୁ ଜନିତ ରୋଗ | ଅସ୍ୱାସ୍ଥ୍ୟକର ପରିବେଶ ରେ ଏହି ଭୂତାଣୁ ସକ୍ରିୟ ହୋଇ ଉଠନ୍ତି |ଏହି ଭୂତାଣୁ ମୁଖ୍ୟତଃ କୁକୁର,ବିଲୁଆ, ଗଧିଆ, ନେଉଳ, ବାଦୁଡ଼ି ଆଦି ପ୍ରାଣୀ ଙ୍କୁ ସଂକ୍ରମିତ କରୁଥିବାରୁ ଏମାନେ ମଣିଷ ମାନଙ୍କୁ କାମୁଡ଼ିଲେ ମଣିଷମାନେ ଏହି ମରଣାତ୍ମକ ଜଳାତଙ୍କ ରୋଗରେ ଆକ୍ରାନ୍ତ ହୁଅନ୍ତି |ଏଥିରୁ ମୁକ୍ତି ପାଇବା ପାଇଁ ସ୍ୱଚ୍ଛ ପରିବେଶ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ |ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ କହିଲେ - କିଛିବର୍ଷ ପୂର୍ବେ ଆମେରିକା, ଇଉରୋପ ଆଦି ଦେଶମାନଙ୍କରେ ଜଳାତଙ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରୁ ଏହାର ନିରାକାରଣ ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା |ତେବେ ପ୍ରଥମ ଥର 2007ମସିହା ସେପ୍ଟେମ୍ବର 28 ରେ ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |ଫରାସୀ ମାଇକ୍ରୋବିଜ୍ଞାନୀ ଲୂଇପାଶ୍ଚର ଏହି ରୋଗ ପାଇଁ ଫଳପ୍ରଦ ଟୀକା ବାହାର କରିଥିଲେ |ତାଙ୍କ ଜନ୍ମଦିନ ସେପ୍ଟେମ୍ବର ଅଠେଇଶ ତାରିଖ କୁ ସାରା ବିଶ୍ୱରେ " ବିଶ୍ୱ ଜଳାତଙ୍କ ଦିବସ ରୂପେ ପାଳନ କରି ଜନସଚେତନତା ସୃଷ୍ଟି କରାହୋଇ ଆସୁଅଛି |ତେଣୁ ଆମେ ପରିବେଶ ସୁରକ୍ଷା ପ୍ରତି ସଚେତନତା ରହି ଏହି ରୋଗ କୁ ନିରାକରଣ କରି ଏକ ସୁନ୍ଦର ବିଶ୍ୱର ପରୀକଳ୍ପନା କରିପାରିବା |


0 Comments