ସାକ୍ଷୀଗୋପାଳ: ସ୍ଥାନୀୟ ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଫୁଟ୍ବଲ ବଣ୍ଟନ ହେବା ସହ ତାହାର ବ୍ୟାନର ମଧ୍ୟ ଉନ୍ମୋଚନ ହୋଇଯାଇଛି।ଶାରିରୀକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ସୁଚିତ୍ର ଖଟେଇ ଉକ୍ତ ଉତ୍ସବର ତାତ୍ପର୍ଯ୍ୟ ବିଷୟରେ କହିଥିଲେ। ଆଲୁମିନି କମିଟିର ସଭାପତି ତଥା ଧରିତ୍ରୀ ଖବର କାଗଜ ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର ଓ ଅଭିଭାବକ ସଂଘର ସଭାପତି ଶ୍ରୀ ସନାତନ ସାହୁ ଉପସ୍ଥିତ ରହି ବିଦ୍ୟାଳୟର ଫୁଟ୍ବଲ ଖେଳାଳୀ ଛାତ୍ର/ଛାତ୍ରୀ ମାନଙ୍କୁ ଫୁଟ୍ବଲ ପ୍ରଦାନ ସ୍ବରୂପ ଉତ୍ସହିତ କରାଇଥିଲେ।
ବିଦ୍ୟାଳୟର ଶିକ୍ଷୟତ୍ରୀ ବୈଜୟନ୍ତି ମିଶ୍ର,ପୁନମ କୁଜୁର,ଗୀତାରାଣୀ ବେହେରା ଓ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସ୍ବାଇଁ,ଶ୍ରୀଯୁକ୍ତ ବିଶ୍ବନାଥ ସ୍ବାଇଁ,ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମହାପାତ୍ର,ଶ୍ରୀଯୁକ୍ତ ଚିନ୍ମୟ କୁମାର ଜେନା ଉପସ୍ଥିତ ରହି ଫୁଟ୍ବଲ ଖେଳର ପ୍ରାଧାନ୍ୟ ବିଷୟରେ ଆଲୋକପାତ କରିଥିଲେ।
ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)


0 Comments