Recent

6/recent/ticker-posts

ସତ୍ୟବାଦୀରେ ଭାରତ ବିକାଶ ପରିଷଦ ତରଫରୁ ପାଳନ ହେଲା ପୂର୍ବ ପ୍ରାନ୍ତ ସ୍ତରୀୟ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା।


ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ନିକଟରେ ଥିବା ସ୍ବର୍ଣ୍ଣ ମଣ୍ଡପ ରେ  ରବିବାର ଭାରତ ବିକାଶ ପରିଷଦ ତରଫରୁ ଓଡିଶା ପୂର୍ବ  ପ୍ରାନ୍ତ ସ୍ତରିୟ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ତଥା କାର୍ଯ୍ୟକ୍ରମ ର ଉଦ୍ଘାଟକ ଭାବେ ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର ,କୁଳପତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ଯୋଗ ଦେଇଥିଲେ ।ସଂମ୍ମାନୀତ ଅତିଥି ବିଜୟ ଲଷ୍ମୀ ସାହୁ ,ଅନୁପମ ଗୁପ୍ତା ମୁଖ୍ୟ ବକ୍ତା ଡ଼ଃ ମନୋରଞ୍ଜନ ଦାଶ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ,ପ୍ରଦୀପ୍ତ ମହାରଣା ଯୋଗ ଦେଇଥିଲେ । ପ୍ରଥମ ଅଧିବେଶନ  ରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ରୁ ଦଶ ଗୋଟି ଦଳ ଭାଗ ନେଇ  
ହିନ୍ଦୀ ,ସଂସ୍କୃତ ,ଓଡ଼ିଆ ,ଭାଷା, ରେ  ଦେଶାତ୍ମବୋଧକ ଲୋକ ଗୀତ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 
ଦ୍ୱିତୀୟ ଅଧିବେଶନ ରେ ସଂମ୍ମାନୀତ ଅତିଥି ଭାବେ ପ୍ରଫେସର ଡ଼ଃ ସୁଦର୍ଶନ ବେହେରା  ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଏଥିରେ ପ୍ରଥମ ଅଧିବେଶନ  ପ୍ରତିଯୋଗିତାରେ ଭାଗ ନେଇଥିବା କୃତି
 ଅନୁଷ୍ଠାନ ଗୁଡିକୁ ପୁରସ୍କାର ବିତରଣ କରଯାଇଥିଲା । ଡି ଏ ଭି ବ୍ରହ୍ମପୁର ଓ ଚନ୍ଦ୍ରଶେଖରପୁର ,ଡି ପି ଏସ  କଳିଙ୍ଗ ଫୁଲନଖରା ,ଏମ ବି ଏସ ପବ୍ଲିକ ସ୍କୁଲ ଭୁବନେଶ୍ୱର,କୁ  ପୁରସ୍କୃତ କରାଯାଇଥିବା ବେଳେ ଚମ୍ପିୟାନ ଟିମି  ଡି ,ପି, ଏସ, କଳିଙ୍ଗ ଫୁଲ ନଖରା ବିଜୟୀ ହୋଇଥିଲା ।କାର୍ଯ୍ୟକ୍ରମ କୁ ସତ୍ୟବାଦୀ ଶାଖା ର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ସଂଯଜକ ଶ୍ରୀଯୁକ୍ତ ନବଘନ ଶତପଥୀ ,ଓ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଇନି ଜିବି ଶ୍ରୀଯୁକ୍ତ ସୁଶାନ୍ତ ରଥ ,ଶ୍ରୀ ବିଜୟ କୁମାର ପରିଡ଼ା ,ଶ୍ରୀ ସୁନୀଲ ,ବେହେରା ଶ୍ରୀ ,ମୃତୁଞ୍ଜୟ ମାହାପତ୍ର ,ଶ୍ରୀ ବସନ୍ତ ସ୍ୱାଇଁ ,ଶ୍ରୀ ଦିଗନ୍ତ ପତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)

Post a Comment

0 Comments