Recent

6/recent/ticker-posts

ପିପିଲି: OSDMA ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ପୁରୀ ଜିଲ୍ଲା ର କାଇରି ଠାରେ ପ୍ରଥମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସମଗ୍ର ଭାରତ ରେ ଓଡିଶା ର ସ୍ଥାନ ସବୁଠାରୁ ଉଚ୍ଚ ରେ କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶାର ବିପର୍ଯୟ ପରିଚାଳନା ପ୍ରାଧିକରଣ ଓ ରାଜ୍ୟସରକାରଙ୍କ ଅନୁଦାନ ପାଇଁ ଆଜି ଓଡ଼ିଶାରେ ଗଠନ ହୋଇପାରିଛି ସବୁଠାରୁ ବଡ଼ ବିପର୍ଯୟ  ପରିଚାଳନା କମିଟି ।ପୁରୀ ଜିଲ୍ଲା ରେ ୧୭୦ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି ଓ ଏଠାରେ ପ୍ରାୟ ୧୨୭୫୦ ଜଣ ପରିଚାଳନା କମିଟି ମେମ୍ବର ୨୫, ସନ୍ଧାନ ଓ ଉଦ୍ଧାର ଦଳ ୨୫, ଏବଂ ପ୍ରାଥମିକ ଚିକିତ୍ସା ଦଳ ୨୫ ଜଣ ଙ୍କୁ ପ୍ରଶିକ୍ଷଣ ଦିଆଯିବ । ପିପିଲି ବ୍ଲକ ପମସରା ପଂଚାୟତ ର କାଇରି ଗ୍ରାମ ରେ ଥିବା ଏହି ପ୍ରଶିକ୍ଷଣ ଗତ ୧୧/୧୦/୨୦୨୨ ରିଖ ଠାରୁ ଆରମ୍ଭ ହୋଇଛି , ଏହି ପ୍ରଶିକ୍ଷଣ କୁ ପିପିଲି BDO ଶ୍ରୀମତୀ ରଶ୍ମିତା ନାଥ ,ଜଗନ୍ନାଥ ଙ୍କୁ ପ୍ରଦୀପ ଅର୍ପଣ କରି ଉଦ୍ଘାଟନ କରିଥିଲେ ଏବଂ ମେମ୍ବର ମାନଙ୍କୁ ବିପର୍ଯୟ ସମୟରେ ଭୟଭୀତ ନହୋଇ ସାହସ ର ସହିତ ମୁକାବିଲା କରିବା ପାଇଁ ଓ ନିଜକୁ ଏହି ପରିଚାଳନା ଦିୟିତ୍ୱରେ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 
ପିପିଲି ବ୍ଲକ ରେ ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା "ଗୋପୀନାଥ ଯୁବକ ସଙ୍ଘ" ର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ସମସ୍ତ ବ୍ୟବସ୍ଥା କୁ ସୁପରିଚାଳନା କରିଥିଲେ ଏବଂ ପିପିଲି ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଜଳନ୍ଧର ବରାଳ ସମସ୍ତ କାଗଜପତ୍ର କାର୍ଯ୍ୟ ତୁଲାଇଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅନୁପମା ନାୟକ , ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ବନ୍ଧୁମାନଙ୍କ ସହାୟତା ରେ ସମସ୍ତ ପ୍ରଶିକ୍ଷଣ ପରିଚାଳନା ତଦାରଖ କରିଥିଲେ । ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦାତା ଭାବେ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ର , ଶ୍ରୀମତୀ ସୁଭଲଷ୍ମୀ ସେନାପତି , ଶ୍ରୀଯୁକ୍ତ ଜ୍ଞାନ ମାଲିଆ , ତୋଫାନ ବେହେରା ଯୋଗଦେଇଥିଲେ ।

ରିପୋର୍ଟ: ହିମାଂଶୁ ମହାପାତ୍ର (ପିପିଲି) 

Post a Comment

0 Comments