ପରିଦର୍ଶନକଲେ ଓଡିଶା କେନ୍ଦ୍ରିୟ ବିଶ୍ବ ବିଦ୍ୟାଳୟ(କୋରାପୁଟ )ର କୂଳପତି ଡକ୍ଟର ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ବସନ୍ତ ମଂଜରି କର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଦିବସରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇ ପଂଚସଖା ରହୁଥିବା ପୁରାତନ ଗୃହ ଏବଂ ସ୍ମୃତିପୀଠ ବୁଲି ଦେଖିଥିଲେ। ବ୍ରହ୍ମଗିରି କୃଷକ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳର ଶିକ୍ଷକ ଉମାକାନ୍ତ ମିଶ୍ର ଏବଂ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସ୍ବାଇଁ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥାଇ ଅତିଥିଦ୍ବୟଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ।ଉପହାର ସ୍ବରୂପ ବିଦ୍ୟାଳୟର ମୂଖପତ୍ର ରତ୍ନଚିରା ପୁସ୍ତକ କୂଳପତି ଡକ୍ଟର ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ପ୍ରଦାନ କରା ଯାଇଥିଲା.
ଶ୍ରୀଯୁକ୍ତ ତ୍ରିପାଠୀ ଉତ୍କଳମଣି ଗୋପବନ୍ଧୁ
ଦାସ ଙ୍କ ପ୍ରଚେଷ୍ଟାରେ ହୋଇଥିବା ଏହି ସ୍କୁଲକୁ ବହୁ ପ୍ରଶଂସା କରିବା ସହ ସ୍କୁଲ ର
ଛାତ୍ର. ଛାତ୍ରୀ. ଶିକ୍ଷକ. ଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ.


0 Comments