ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେଙ୍ଗଳ ପଂଚାୟତ ରେ ୦୧-୦୫-୧୯୬୫ ରେ ଜନ୍ମ ନେଇଥିଲେ ସ୍ବର୍ଗତ ମହେନ୍ଦ୍ର ।ଗତବର୍ଷ ୧୩-୧୦-୨୦୨୧ ରେ ସମସ୍ତଙ୍କୁ ବିଦାୟ ଦେଇ ଚାଲିଯାଇଥିଲେ ଆରପାରିକୁ । ଏକାଧାରାରେ ସେ ଜଣେ ସମାଜସେବୀ , ସୁଦକ୍ଷ ରାଜନେତା ହିସାବରେ ପରିଚିତ ଥିଲେ । ତାଙ୍କୁ ହରାଇ ଆଜି ସମସ୍ତେ ଜଣେ ମହାନ ବ୍ୟକ୍ତିତ୍ୱ କୁ ହରାଇଛନ୍ତି ବୋଲି ମତ ରଖିଥିଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏବଂ ପ୍ରତିମୂର୍ତ୍ତି କୁ ନିଜ କରକମଳରେ ଲୋକାର୍ପଣ କରିଥିଲେ । ସ୍ବର୍ଗତ ମହେନ୍ଦ୍ର ଙ୍କୁ ହରାଇ ଆଜି ଡେଲାଙ୍ଗ ମାଟି କାନ୍ଦୁଛି ବୋଲି କହିଥିଲେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ । ଜଟଣୀ ବ୍ଲକ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟସାଣି ସ୍ବର୍ଗତ ମହେନ୍ଦ୍ର ଜଣେ ଆଲୋକ ପ୍ରଦାନ କରୁଥିବା ତାରକା ଥିଲେ ବୋଲି କହିଥିଲେ ଏବଂ ତାଙ୍କ ମୃତ୍ୟୁ ଏକ ଅପୁରାଣୀୟ କ୍ଷତି ଯାହା କେବେ ପୁରଣ ହୋଇପାରିବ ନାହିଁ । ଏହି ସଭାରେ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ , ପୂର୍ବତନ ଆତ୍ମା ଅଧ୍ୟକ୍ଷ ସୁଧାକର ମାର୍ଥା, ବୈରାଗୀ ଜେନା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସର୍ବଶେଷରେ ସୁରେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ସହ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ ସାରାଦୁନିଆ ନ୍ୟୁଜ


0 Comments